ଓଡ଼ିଆ ନ୍ୟୁଜ୍: ଗାଁରେ ବୁଲୁଛି ବାଘ, ଲୋକେ ଦେଖି ଛାନିଆ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଦେଖା ଦେଇଛି ବାଘର ପାଦ ଚିହ୍ନ । ଖବର ମିଳିବା ପରେ ଭୟଭୀତ ଆଖପାଖର ଲୋକେ। ସୂଚନା ମୁତାବକ ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ଡତା ଜଙ୍ଗଲରେ ଦେଖାଦେଇଛି। ପାଦ ଚିହ୍ନ କୁ ନେଇ ବନବିଭାଗ ଛାନଭିନ୍ ଚଳାଇଥିବା ବେଳେ ଏହି ପାଦ ଚିହ୍ନ ମହାବଳ ବାଘର ହୋଇଥିବା ନେଇ ସନ୍ଦେହ କରାଯାଉଛି।
ଏହାପରେ ଛେଣ୍ଡିପଦା ରେଞ୍ଜ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ମହାବଳ ବାଘ ନେଇ ସଚେତନତା ସୃଷ୍ଟି କରାଯାଇଛି। ରାତି ସମୟରେ ଜଙ୍ଗଲ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଅନୁଗୁଳ ଆରସିସିଏଫ ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି, ଦେବଗଡ଼ ଅଞ୍ଚଳରେ ମାସେ ହେଲା ଘୁରି ବୁଲୁଥିବା ଏକ ମହାବଳ ବାଘ ଦୁଇ ଦିନ ହେବ ଛେଣ୍ଡିପଦା ଅଞ୍ଚଳକୁ ଆସିଥିବା ନେଇ ରାଉରକେଲା ଆରସିସିଏଫ ଗତକାଲି ଅବଗତ କରାଇଛନ୍ତି।