ଓଡ଼ିଆ ନ୍ୟୁଜ୍: ରେଢ଼ାଖୋଲ ରେଞ୍ଜ ବନ୍ତଲୋଇ ଗାଁରେ କଲରାପତରିଆ ଆତଙ୍କ।ଗାଁ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଗାଈକୁ ମାରି ଖାଇଥିବା ସୂଚନା। ଅଞ୍ଚଳରେ ଭୟର ବାତାବରଣ, ଘଟଣାସ୍ଥଳରେ ବନ ବିଭାଗ ଟିମ୍।ଗାଈ ପାଳିଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯିବ କହିଲା ଫରେଷ୍ଟ ଗାର୍ଡ।
ସୂଚନା ଅନୁଯାୟୀ ଆଜି ସମ୍ବଲପୁର ଜିଲା ରେଢ଼ାଖୋଲ ରେଞ୍ଜ ବନ୍ତଲୋଇ ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ଗାଈ ମାଲିକଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।