ଭୁବନେଶ୍ୱର: (୦୩/୦୩/୨୦୨୦): ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ଭିତ୍ତିକ ଇଣ୍ଟ୍ରାକ୍ସିସ୍ ବିଜନେସ୍ ଲିମିଟେଡ୍ (ଆଇବିଏଲ୍)କୁ ଟାଇମ୍ସ ବିଜନେସ୍ ଆୱାର୍ଡ ୨୦୨୦ ର ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି ।
ସ୍ୱତନ୍ତ୍ର ଭାବେ ଆୟୋଜିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ସଂସ୍ଥାର ମୁଖ୍ୟ ଶ୍ରୀ ବିଶ୍ୱଜିତ୍ ସାହୁ, ଜୟଶ୍ରୀ ପଣ୍ଡା ଏବଂ ବିଶ୍ୱବିଜୟ ସାହୁ ପୁରସ୍କାର ଗ୍ରହଣ କରିଥିଲେ। ସଂଗଠନକୁ “ଉଦୀୟମାନ ଉଦ୍ୟୋଗୀ” ଶ୍ରେଣୀରେ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ଉତ୍ସବରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସଂସ୍ଥା ଓ ଶିଳ୍ପପତି ମାନଙ୍କୁ ସଂମାନିତ କରାଯାଇଥିଲା ।
ସ୍ୱତନ୍ତ୍ର ଭାବେ ଆୟୋଜିତ ଏହି ସଂମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଶକ୍ତି ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟନ ଦିବ୍ୟ ଶଙ୍କର ମିଶ୍ର । ସେହିଭଳି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ଦକ୍ଷତା ବିକାଶ
ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗଚି ଏବଂ ଏସବିଆଇ ଓଡିଶା ସିଜିଏମ୍ ପ୍ରବୀଣ କାଲା ।
ଉଲ୍ଲେଖଯୋଗ୍ୟଯେ ଯେ ଶୀତୁଆ ସନ୍ଧ୍ୟାର ଆୟୋଜିତ ଏହି ସଂମାନ ପ୍ରଦାନ ସମାରୋହରେ ବଲିଉଡ଼ର ଭେଟେରାନ କଳାକାର ଅନିଲ କପୁର ଓ ଓଡ଼ିଆ ସିନେ କୁଇନ ଅର୍ଚ୍ଚିତା ମଧ୍ୟ ଉପସ୍ଥିତ ଥିଲେ ।