ଭାରତୀୟ ଜନତା ପାର୍ଟି ତରଫରୁ ତିରିଂ ବ୍ଲକ ସମ୍ବର୍ଦ୍ଧନା ମିଶ୍ରଣ ପର୍ବ

0

ଓଡ଼ିଆ ନ୍ୟୁଜ,  ମୟୁରଭଞ୍ଜ : ଆଜି ବାମନଘାଟୀ ଉପଖଣ୍ଡ ତିରିଂ ବ୍ଲକ ମାଙ୍କଡିଘାଟୀ ଅଧିନସ୍ଥ ହାଟପଡିଆ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ତିରିଂ ବ୍ଲକ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଆଦିବାସୀମାନେ ସେମାନଙ୍କର ଜଳ, ଜଙ୍ଗଲ ଓ ଜମି ଆଶାବାନ୍ଧି ବହୁକାଳରୁ ରହିଆସୁଛନ୍ତି |

ସେମାନେ ମଧ୍ୟ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ପାଇଁ ସଚେତନ | ସରକାର ମଧ୍ୟ ସେମାନଙ୍କର ଉନ୍ନତି ପାଇଁ ନାନା ଯୋଜନା ହାତକୁ ନେଉଛନ୍ତି | ଆଜି ରାଜ୍ୟ ତଥା କେନ୍ଦ୍ର ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରେ ବିକାଶ କଲେଣି | ଏହି ବିରାଟ ସମାବେଶରେ ନୂତନ ଭାବେ ଭାରତୀୟ ଜନତା ପାର୍ଟିରେ ଜଲେନ ବାର୍ଦା, ବାବୁଲୁ କାଲୁଣ୍ଡିଏ, କମଲ ମଣ୍ଡଳ, ସୁରେଶ ଓରାମ , ସୁରତ ପଟ୍ଟନାୟକ ତଥା ଆହୁରି ୧୨୦ ଜଣ ଯୋଗ ଦେଇଥିଲେ | ଏହି ବୈଠକରେ ରାଇରଙ୍ଗପୁର ବିଧାୟକ ତଥା ଜିଲ୍ଲା ସଭାପତି ନବଚରଣ ମାଝୀ, ରାଜ୍ୟ ସଂପାଦକ ନବୀନ ରାମ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବରିଷ୍ଠ ନେତା ଇଶାନ ମିଶ୍ର, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମଦ, ଉପାଧ୍ୟକ୍ଷା ପୂର୍ଣ୍ଣିମା ବାର୍ଦା, ରାମଚନ୍ଦ୍ର ହାଁସଦାଃ, ପୂର୍ବତନ ଜିଲ୍ଲାପରିଷଦ ସୀମା କାଲୁନଡିଆ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି, ମଣ୍ଡଳ ସଭାପତି ସୁନୀଲ ସାୱୟା, ରତନ ମହାନ୍ତ, ରାମଚନ୍ଦ୍ର ସୋରେନ, ପୂର୍ବତନ ଜିଲ୍ଲା ପରିଷଦ ସୁନୀଲ ମହାନ୍ତ, କମଳାକାନ୍ତ ନାଏକ, ସମାଜସେବୀ ଗୋପାଳ ବେଶ୍ରା , ଲାଲମୋହନ ମୁର୍ମୁ, ରାମରାଇ ହାଁସଦାଃ, ସଂଗ୍ରାମ ହାଁସଦାଃ, ଜୟଶଙ୍କର ମାହାତ, ରାମେଶ୍ବର ପୂର୍ତ୍ତୀ, ବାବୁଲୁ ପୂର୍ତ୍ତୀ, ରତିକାନ୍ତ ରାଉତ, ଦଶରଥ ସିଂ ଓ ଶିବାଜୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

ଏହି ବିରାଟ ସମାବେଶରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର ଦଳୀୟ କର୍ମୀ ଯୋଗ ଦେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମର ସଭାକୁ ସଂଜୀବ କୁମାର ମହାନ୍ତି ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.