ଆଜିର ମୁଖ୍ୟ ଖବର

0

୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା : ଦେଶର ସବୁ ନାଗରିକଙ୍କୁ ମିଳିବ ମାଗଣାରେ ଟିକା। ସରକାର କିଣିବେ ୭୫%, ଘରୋଇ କ୍ଷେତ୍ରକୁ ୨୫%

୨- ଦୀପାବଳି ପର୍ଯ୍ୟନ୍ତ 80 କୋଟି ଲୋକଙ୍କୁ ମାଗଣାରେ ମିଳିବ ଖାଦ୍ୟ ଶସ୍ୟ: ପ୍ରଧାନମନ୍ତ୍ରୀ

୩- ଗୁରୁତର କୋଭିଡ଼ ରୋଗୀଙ୍କ ପାଇଁ ECMOର ପଡୁଛି ଆବଶ୍ୟକତା , ରାଜ୍ୟକୁ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି

୪- ରାଜଧାନୀରେ ପେଟ୍ରୋଲ ଛୁଇଁଲା ୯୬, ଡିଜେଲ୍ ଦାମ୍ ଅଛି ୯୪.୨୪ ଟଙ୍କା

୫- ମୌସୁମୀକୁ ଧରି ଆସୁଛି ଲଘୁଚାପ,୧୦ରୁ ୧୪ ଯାଏଁ ଲଗାଣ ବର୍ଷା ସମ୍ଭାବନା

୬- ଆନନ୍ଦପୁର:ସାବିତ୍ରୀ ପାଇଁ ସଟର ଟାଣି ଭିତରେ ଚାଲିଥିଲା ଲୁଗା ବେପାର, ପ୍ରଶାସନ ପହଁଞ୍ଚି ଦୋକାନ କଲା ସିଲ୍

୭- କଟକ:ସରିଲା ମାଟ୍ରିକ ମାର୍କ ଅପଲୋଡ଼ ପ୍ରକ୍ରିୟା,ଟାବୁଲେସନ କାର୍ଯ୍ୟ ଆରମ୍ଭ, ଜୁନ ୩୦ ସୁଦ୍ଧା ରେଜଲ୍ଟ

୮- ଏକାମ୍ର କ୍ଷେତ୍ର ବିକାଶ ଯୋଜନା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର। ୧୯ ଜଣିଆ ଉପଦେଷ୍ଟା କମିଟି, ସଂତୃପ୍ତ ମିଶ୍ର କମିଟିର ଅଧ୍ୟକ୍ଷ ନିଯୁକ୍ତ

୯- କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେଲା ପ୍ରକ୍ରିୟା । ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ କରାଗଲା ସ୍କ୍ରିନିଂ

୧୦- ଦ୍ବାଦଶ ଶ୍ରେଣୀ ମାର୍କ ଅପଲୋଡ୍‌ କରିବା ପାଇଁ ସବୁ ସ୍କୁଲକୁ ନିର୍ଦେଶ ଦେଲା ସିବିଏସ୍‌ଇ

୧୧- ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌, ଅକ୍ଟୋବର ୧୫ରେ ଫାଇନାଲ

୧୨- ପୁଣେ:ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ; ୧୮ମୃତ, ୧୭ ନିଖୋଜ,ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ପ୍ରକାଶ

Leave A Reply

Your email address will not be published.