ଆଜିର ମୁଖ୍ୟ ଖବର

0

୧-ଭୁବନେଶ୍ୱର:ଏଣିକି ଶତପ୍ରତିଶତ ‌କର୍ମଚାରୀଙ୍କୁ ନେଇ ଚାଲିବ ‌ସରକାରୀ କାର୍ଯ୍ୟାଳୟ। ଶନିବାର ଛୁଟି।

୨-ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା।

୩-ଗୋପବନ୍ଧୁ ଶିକ୍ଷା ‌ସହାୟତା ଯୋଜନା କାର୍ଯ୍ୟକାରୀ କରିବାକୁ‌ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

୪-ମିଶନ ଶକ୍ତି ପାଇଁ ୪୫୩.୫୦ କୋଟିର କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୫-ବୌଦ୍ଧ ଜିଲ୍ଲା ଦହ୍ୟା ଆରଆଇ ଗଜିନ୍ଦ୍ର ଦିଗାଲ , ନେଉଥିଲେ ୧୫ ହଜାର ଲାଞ୍ଚ, ଧରିଲା ଭିଜିଲାନ୍ସ।

୬-ରାଜ୍ୟ ଭିତରେ ବସ ଚଳାଚଳ ଆରମ୍ଭ ପାଇଁ ସରକାରଙ୍କ ଅନୁମତି, କେବଳ ସିଟରେ ବସି ଯାତ୍ରା କରିବେ ଯାତ୍ରୀ କିନ୍ତୁ ‌ଗଡିଲାନି ବସ୍,‌ମାଲିକ ଅମଙ୍ଗ,ଆଜି ‌ମନ୍ତ୍ରୀଙ୍କ ସହିତ ବୈଠକ।‌

୭-ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ଜିଲ୍ଲାପାଳଙ୍କୁ ବାଲଟ୍ ବକ୍ସ ହିସାବ ମାଗିଲେ ନିର୍ବାଚନ କମିଶନର।

୮-ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ହେବ ସୃଷ୍ଟି, ପ୍ରବଳ ବର୍ଷାର ପୂର୍ବାନୁମାନ।

୯-ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ।‌

୧୦-ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦ, ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ବିଜେଡ଼ିର ଧାରଣା: ସ୍ନେହାଙ୍ଗିନୀ ଛୁରିଆ

୧୧-ନବୀନ-ମୋଦୀ ଆଲୋଚନା: ରାଜ୍ୟକୁ ୯୫ % ଟିକା ଯୋଗାଇ ଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ।

୧୨-ଭୋପାଳ:ବାଳକକୁ ବଞ୍ଚାଇବାକୁ ଯାଇଁ କୂଅରେ ଖସିପଡିଲେ ୩୦ ଗ୍ରାମ ବାସୀ,୧୧ମୃତ,୧୯ ଉଦ୍ଧାର।

୧୩-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସତର୍କ ବାଣୀ ଆଗାମୀ ୧୨୫ ଦିନ ଗୁରୁତ୍ବ ପୂର୍ଣ୍ଣ।

Leave A Reply

Your email address will not be published.