ଦି ଆପଣ ସୋସିଆଲ୍ ମିଡିଆରେ ଏହି କାମ କରୁଛନ୍ତି, ତେବେ ୨୪ ଘଣ୍ଟା ମଧ୍ୟରେ ଡିଲିଟ୍ ହୋଇଯିବ ଆକାଉଣ୍ଟ୍

0

ଆଜି କାଲି ଅଧିକାଂଶ ଲୋକ ସୋସିଆଲ୍ ମିଡିଆର ବ୍ୟବହାର ଅଧିକ କରୁଛନ୍ତି । ଖାସ୍ କରି କରୋନା ମହାମରୀ ସମୟରେ ସୋସିଆଲ ମିଡିଆର ବ୍ୟବହାର ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି । ସେହିପରି ଅନ୍ୟପଟେ ଫେସବୁକ୍୍, ଟୁଇଟର୍, ଇନଷ୍ଟାଗ୍ରାମରେ ଲୋକମାନେ ଫେକ୍ ଆକାଉଣ୍ଟ ଖୋଲୁଛନ୍ତି । ଯାହା ବର୍ତ୍ତମାନ ଏକ ବଡ଼ ସମସ୍ୟା ତିଆରି କରିବାରେ ଲାଗିଛି । କିନ୍ତୁ ନୁତନ ଆଇଟି ନିୟମ ଏବେ ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ୍ ଉପରେ ରୋକ୍ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛି । ସରକାରଙ୍କ କହିବା କଥା ଯେ, ସୋସିଆଲ ମିଡିଆ କମ୍ପାନୀ ମାନେ ୟୁଜର୍ ମାନଙ୍କ ଦ୍ୱାରା ଖୋଲୁଥିବା ଫେକ୍ ଆକାଉଣ୍ଟକୁ ୨୪ ଘଣ୍ଟା ମଧ୍ୟରେ ଡିଲିଟ୍ କରନ୍ତୁ ।

ଯଦି କୌଣସି ୟୁଜର୍ କୌଣସି ସେଲିବ୍ରିଟି କିମ୍ବା ବିଜନେସ୍ ମ୍ୟାନ୍, ନେତା ମନ୍ତ୍ରୀଙ୍କ ନାମରେ ଫେକ୍ ପ୍ରୋଫାଇଲ୍ ଖୋଲି ନିଜର ଫଲୋୟର୍ସ ବଢ଼ାଇବାକୁ ଚେଷ୍ଟା କରୁଛି ତେବେ ସେହିଭଳି ଆକାଉଣ୍ଟ ସବୁକୁ ୨୪ ଘଣ୍ଟା ମଧ୍ୟରେ ଡିଲିଟ୍ କରନ୍ତୁ । ଖାଲି ସେତିକି ନୁହେଁ ଯଦି କୌଣସି ଅଭିନେତା କିମ୍ବା ଯେକୌଣସି ଲୋକପ୍ରିୟ ବ୍ୟକ୍ତି ନିଜ ନାମରେ ଖୋଲାଯାଇଥିବା ଫେକ୍ ଆକାଉଣ୍ଟକୁ ନେଇ ଅଭିଯୋଗ କରୁଛି ତେବେ ସେ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ ଫେକ୍ ଆଇଡିକୁ ଡିଲିଟ୍ କରାଯିବ । ଯଦି ଆପଣ ସୋସିଆଲ ମିଡିଆରେ ଜଣେ ଆକ୍ଟିଭ୍ ୟୁଜର୍ ତେବେ ଦେଖିଥିବେ ଯେ ବିଶେଷ କରି ଇନଷ୍ଟାଗ୍ରାମରେ ଅଭିନେତା ତଥା ଅଭିନେତ୍ରୀ ମାନଙ୍କ ଅଧିକ ଫ୍ୟାନ୍ ପେଜ୍ ସବୁ ଖୋଲାଯାଇଛି ।

ଏହିଭଳି ଫ୍ୟାନ୍ ପେଜ୍ ରେ ଲକ୍ଷ ଲକ୍ଷ ଫଲୋୟର୍ସ ରହିଛନ୍ତି । ତେଣୁ ଏହିସବୁ ସମ୍ପର୍କରେ କୋଔରସି ସେଲିବ୍ରିଟି ଅଭିଯୋଗ କରେ ତେବେ ସେସବୁ କୁ ଆଇଟି ନିୟମ ଆଧାରରେ ୨୪ ଘଣ୍ଟା ମଧ୍ୟରେ ଡିଲିଟ୍ କରିଦିଆଯିବ ।

Leave A Reply

Your email address will not be published.