ତୃତୀୟ ଳହରକୁ ନେଇ କେନ୍ଦ୍ରର ଚେତାବନୀ: ଆଗାମୀ ୧୦୦-୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ

0

କେନ୍ଦ୍ର କରୋନା ଭାଇରସର ତୃତୀୟ ଲହରକୁ ନେଇ ପୁଣିଥରେ ସତର୍କ ଜାରି କରିଛନ୍ତି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଆଗାମୀ ୧୦୦-୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ତରଫରୁ କୁହାଯାଇଛି କୋଭିଡ୍ ସଂକ୍ରମଣରେ ହ୍ରାସରେ କମିଛି । ଏହାକୁ ତୃତୀୟ ଲହରର ଆରମ୍ଭର ଚେତାବନୀ ଭାବେ ଗ୍ରହଣ କରିବା ଦରକାର ।

ନୀତି ଆୟୋଗ ସଦସ୍ୟ ଡା. ଭି.କେ ପଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶରେ କରୋନା ଭୂତାଣୁ ହ୍ରାସ ହେବାର ଗତି ମନ୍ଥର ହୋଇଯାଇଛି ଏବଂ ଏହା ଆମ ପାଇଁ ବିପଦର ସଙ୍କେତ । ସେ କହିଛନ୍ତି ଯେ ଆଗାମୀ ୧୦୦ ରୁ ୧୨୫ ଦିନ ଭାରତରେ କୋଭିଡ -୧୯ ବିରୋଧରେ ଲଢ଼େଇ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ଏବଂ କୋଭିଡ୍ ନିୟମ ପାଳନ କରିବାକୁ ପଡ଼ିବ ।

ଡ. ପଲ୍ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତଥ୍ୟକୁ ବିଶ୍ଳେଷଣ କରି କହିଛି ଯେ ବିଶ୍ୱ ଥାର୍ଡ ୱେଭ ଆଡ଼କୁ ଗତି କରୁଛି । ଡ. ପଲ୍ ‘ହୁ’ର ପରିସଂଖ୍ୟାନକୁ ଦର୍ଶାଇ କହିଛନ୍ତି ଯେ ଗୋଟିଏ ସପ୍ତାହରେ ସ୍ପେନରେ ୬୪% ମାମଲା ବୃଦ୍ଧି ପାଇଛି। ସେହିଭଳି ନେଦରଲ୍ୟାଣ୍ଡରେ କରୋନା ମାମଲାରେ ୩୦୦% ବୃଦ୍ଧି ଘଟିଛି। ସେ କହିଛନ୍ତି ‘ହୁ’ ର ଚେତାବନୀ ବିଶ୍ୱବ୍ୟାପୀ । ଆମକୁ ଏହା ବୁଝିବାକୁ ପଡିବ ଏବଂ ଆମକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।

Leave A Reply

Your email address will not be published.