ମୁମ୍ବାଇ(ଓଡ଼ିଆ ନ୍ୟୁଜ୍ ): ଆଜି ଆଇପିଏଲ-୨୦୨୨ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ । ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ମଧ୍ୟରେ ଆଜି କଡ଼ା ଟକ୍କୂର ଦେଖିବାକୁ ମିଳିବ । ପ୍ରଥମ ଆଇପିଏଲ୍ ଟ୍ରଫିର ସ୍ୱପ୍ନ ପୂରଣ କରିବା ପାଇଁ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଆଜି କର ବା ମର ସ୍ଥିତିରେ ରହିବ । ଅନ୍ୟପଟେ ୨୦୦୮ରେ ଚାମ୍ପିଅନ୍ ହୋଇଥିଲା ରାଜସ୍ଥାନ । ଦୀର୍ଘ ୧୩ ବର୍ଷ ପରେ ଦ୍ୱିତୀୟ ଥର ବିଜୟୀ ହେବା ପାଇଁ ରାଜସ୍ଥାନ ଜୀ-ଜାନ୍ ଲଗାଇ ଲଢିବ। ଦ୍ୱିତୀୟ କ୍ୱାଲିଫାୟରରେ କୋହଲୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଲକ୍ଷ୍ନୌ ବିପକ୍ଷ ଏଲିମିନେଟରରେ ନିଜ ଆଇପିଏଲ କ୍ୟାରିୟରରେ ଶ୍ରେଷ୍ଠ ପାଳି ଖେଳିଥିବା ରଜତ ପଟିଦାରଙ୍କ ଉପରେ ମଧ୍ୟ ଆଜି ସମସ୍ତଙ୍କ ନଜର ରହିବ ।
ଗୁଜୁରାଟ ଦଳ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବାରୁ ଆଜିର ବିଜୟୀ ଦଳ ରବିବାର ଗୁଜୁରାଟ ସହ ଫାଇନାଲ ଖେଳିବ। ସେପଟେ ରାଜସ୍ଥାନ ରୟାଲ୍ସ ମଧ୍ୟ ପିଜର ରଣକୌଷଳକୁ ପୂର୍ବପରି ବଳବତ୍ତର ରଖିବ ବୋଲି ଆଶା କରାଯାଉଛି ।