ଭୋଟ ଗଣତି ପାଇଁ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୋଟ ଗଣତି ପାଇଁ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର । ଆସନ୍ତା ଜୁନ ୪ ତାରିଖ ଭୋଟ ଗଣତି ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ (ଇଭିଏମ ଓ ପୋଷ୍ଟାଲ ବାଲାଟ) ଶିବିର ଅନୁଷ୍ଠିତ ହୋଇଯାଇଛି ।

ଲୋକସଭା ଓ ବିଧାନସଭା ନିମନ୍ତେ ଜୁନ୍ ୪ ତାରିଖ ଦିନ ପଲିଟେକନିକ୍ ଠାରେ ଲୋକସଭା ଆସନ ପାଇଁ ୧୩ ଟି ଟେବୁଲ୍ ଓ ବିଧାନସଭା ଆସନ ପାଇଁ ୧୩ ଟି ଟେବୁଲ କୁ ନେଇ ୨୬ ଟି ଟେବୁଲ ରେ ଗଣତି ହେବ । ଟେବୁଲରେ ଇଭିଏମ ପାଇଁ ଅଣୁ ପର୍ଯ୍ୟବେକ୍ଷକ, କାଉଣ୍ଟିଙ୍ଗ ସୁପରଭାଇଜର, କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ମାନେ ଉପସ୍ଥିତ ରହିବେ । ଭୋଟ ଗଣତିରେ ନିଯୁକ୍ତ ଥିବା ଦାଇତ୍ୱ ସମ୍ପର୍ଣ୍ଣ ଅଧିକାରୀ ହେବା ବାଞ୍ଛନୀୟ । କର୍ମଚାରୀ ମାନେ ଜୁନ୍ ୪ ତାରିଖ ଭୋଟ ଗଣତି ଦିନ ସକାଳ ୫ ଘଟିକା ସମୟରେ ଉପସ୍ଥିତ ରହିବେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ତଥା ରିଟନିଙ୍ଗ ଅଫିସର ପରକ୍ଷିତ ସାହୁ, ଡେପୁଟି କଲେକ୍ଟର ଇଲେକ୍ସନ ଏଜେଲିନ୍ ବାରା, ସହକାରୀ ଜିଲ୍ଲାପାଳ ହେମନ୍ତ ସିଂ, ତାପସ କୁମାର ମହାନ୍ତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାରକୋଟ ସ୍ମୃତି ରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିଆମାଳ ଉଗ୍ରସେନ ଓରାମ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତିଲେଇବଣି ରଘୁନାଥ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ବାରକୋଟ ବବୁରୁ ବାହନ ଦତ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.