ନୟାଗଡ: ୨ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ ଶିକ୍ଷକ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ୍ ଶିକ୍ଷକ ଗିରଫ।ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଅଞ୍ଚଳରେ।କୋଭିଡ଼ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଶିକ୍ଷକ। ଦୁଷ୍କର୍ମ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ କରି ଭାଇରାଲ କରୁଥିଲା ଅଭିଯୁକ୍ତ।ଭାଇରାଲ ପରେ ଦୁଇ ନାବାଳିକାର ପରିବାର ଥାନାରେ ଅଭିଯୋଗ କରିଥିଲେ।ଅଭିଯୁକ୍ତ ଶିକ୍ଷକର ଘର ଓଡଗାଁର ନନ୍ଦୀଘର ଗାଁ କମାର ସାହିରେ ଓ ତା ନାମ ରାଜେଶ ବେହେରା ।ରଣପୁର ପୋଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରି ପୋକ୍ସୋ ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଛି।କୋର୍ଟ ଚାଲାଣ ପରେ ଅଭିଯୁକ୍ତ ଶିକ୍ଷକର ଆଉ କେଉଁ ନାବାଳିକା ସହ ସମ୍ପର୍କ ଅଛି ତଦନ୍ତ ପାଇଁ ୧୫ ଦିନଆ ରିମାଣ୍ଡ ପାଇଁ ଆବେଦନ କରିଛି ରଣପୁର ପୋଲିସ।
ମିଳିଥିବା ସୁଚନା ଅନୁସାରେ ଅଭିଯୁକ୍ତ ଶିକ୍ଷକ ଜଣକ ଜଣେ ମେଧାବୀ ଛାତ୍ର। କିଛି ମାସ ହେବ ସେ ସରକାରୀ ଶିକ୍ଷକ ଭାବେ ଓଡ଼ଗାଁ ସ୍କୁଲରେ ନିଯୁକ୍ତି ପାଇଥିଲେ।

ଚାକିରି ପୁର୍ବରୁ ରାଜସୁନାଖଳାରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲା ଅଭିଯୁକ୍ତ ଶିକ୍ଷକ ରାଜେଶ। କୋଭିଡ଼ ସମୟରେ ନବମ ଓ ଦଶମ ନାବାଳିକାଙ୍କୁ ଏକାକୀ ଡାକି ସେମାନଙ୍କୁ ବିଭିନ୍ନ ଅଶ୍ଲୀଳ ଭିଡ଼ିଓ ଦେଖାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ମୋବାଇଲରେ ସେଭ୍ କରି ରଖୁଥିଲା। ଦୁଇବର୍ଷ ହେବ ସେମାନଙ୍କ ସହ ସମ୍ପର୍କ ନରଖି ପୀଡ଼ିତା ଛାତ୍ରୀଙ୍କ ଅନ୍ୟ ସାଙ୍ଗ ମାନଙ୍କୁ ନିଜ ପାଲରେ ପକାଉଥିଲା। ପାଲରେ ପକାଉଥିବା ଛାତ୍ରୀଙ୍କୁ ସେମାନଙ୍କ ସାଙ୍ଗର ଆଶ୍ଲୀଳ ଫଟୋ ପଠାଇ ବିଶ୍ୱାସ ଜନ୍ମାଉଥିଲା କିନ୍ତୁ ସେ ଶାରୀରିକ ସମ୍ପର୍କ ରଖିଛି କି ନାହିଁ ତାହା ଜଣା ପଡ଼ିନାହିଁ । ଅଭିଯୁକ୍ତ ଏମିତି କେତେ ଜଣଙ୍କ ସହ କରିଛି ତାହାର ତଦନ୍ତ ପାଇଁ ରିମାଣ୍ଡରେ ଆଣିବ ରଣପୁର ପୋଲିସ।

Leave A Reply

Your email address will not be published.