ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଭୂକମ୍ପରେ ଥରିଲା ତୁର୍କୀ । କେବଳ ତୁର୍କୀ ନୁହେଁ, ଜାପାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତୁର୍କୀରେ ସୃଷ୍ଟ ଏହି ଭୂମିକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ମାଲତ୍ୟା ପ୍ରାନ୍ତର ୟେସିଲୁର୍ଟ ସହର ବୋଲି ଜଣାପଡିଛି ।
ଭୂମିକମ୍ପରେ ଅନେକ ଘର ଭାଙ୍ଗିଯାଇଥିବାରୁ ଲୋକେ ଆହତ ହୋଇଥିବାବଳେ ଏଥିରୁ ବଞ୍ଚିବାକୁ କିଛି ଲୋକ ନିଜ ଘରୁ ତଳକୁ ଡେଇଁପଡିବାରୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ କାହାରି ମୃତାହତ ହେବାର ଖବର ଏଯାଏଁ ମିଳିନାହିଁ ।