ଓଡ଼ିଆ ନ୍ୟୁଜ୍: ନକ୍ସଲଙ୍କୁ ସମ୍ପୂର୍ଣ୍ଣ ସଫା କରିବା ପାଇଁ ସୀମାନ୍ତ ଛତିଶଗଡରେ ଅପରେସନକୁ ଜୋରଦାର କରାଯାଇଛି। ଏହି କ୍ରମରେ ଛତିଶଗଡ ଏବଂ ତେଲେଙ୍ଗାନା ସୀମାରେ ଗତ ୧୫ ଦିନ ହେଲା ଅପରେସନ ଜାରି ରହିଛି। ଯବାନ କେରଗୁଟ୍ଟା ଜଙ୍ଗଲକୁ ଘେରି କୁମ୍ବିଂ ଜୋରଦାର କରୁଛନ୍ତି।
ନକ୍ସଲଙ୍କୁ ମୂଳପୋଛ ପରେ ହିଁ ଯବାନ ଜଙ୍ଗଲରୁ ଫେରିବେ ବୋଲି କୁହାଯାଇଛି। ଏହି ଅପରେସନକୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଏବଂ ପୁଲିସର ଉଚ୍ଚ ପଦାଧିକାରୀ ନଜର ରଖିଆସୁଛନ୍ତି। ଜଙ୍ଗଲରେ ନକ୍ସଲ ପାଦ ପାଦକେ ପ୍ରେସର ବୋମା ଖଞ୍ଜିଥିବା ବେଳେ ଆଜି ସକାଳେ କାରେଗୁଟ୍ଟା ଜଙ୍ଗଲରେ ଦୁଇ ଏସଟିଏଫ ଯବାନ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ଜଙ୍ଗଲ ଉପରେ ବୁଲୁଥିବା ହେଲିକେପ୍ଟର ସାହାଯ୍ୟରେ ଦୁଇ ଯବାନଙ୍କୁ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।