ଥାଇଲାଣ୍ଡ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଥାଇଲାଣ୍ଡ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ରୂପ ନେବ । ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଉଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଥାଇଲ୍ୟାଣ୍ଡ ଯାଏ ୫.୮ କିମି ପର୍ଯ୍ୟନ୍ତ ବିସ୍ତୃତ ରହିଛି। ୨୯ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ।

ଅନ୍ୟପଟେ, ଗତ ସପ୍ତାହରେ ସମଗ୍ର ଗୁଜରାଟରେ ଅଦିନିଆ ‌ବର୍ଷା ସମୟରେ ହୋଇଥିବା ବଜ୍ରପାତରେ ଅନ୍ୟୂନ ୨୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ସରକାରୀ ଅଧିକାରୀ ‘ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’କୁ କହିଛନ୍ତି। ‘ଷ୍ଟେଟ୍‌ ଇମର୍ଜେନ୍‌ସି ଅପରେସନ୍‌ ସେଣ୍ଟର୍‌’ (ଏସ୍‌ଇଓସି) କହିଛି, ଗୁଜରାଟର ବିଭିନ୍ନ ରାଜ୍ୟରୁ ସମୁଦାୟ ୨୦ଟି ବର୍ଷାଜନିତ ମୃତ୍ୟୁ ରିପୋର୍ଟ କରାଯାଇଛି। ରବିବାର ଦିନ ରାଜ୍ୟରେ ଅଦିନିଆ ମେଘ ପ୍ରବଳ ପରିମାଣରେ ବର୍ଷିବା ବେଳେ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି।

କେଉଁ ଜିଲ୍ଲାରେ କେତେଜଣଙ୍କର ମୃତ୍ୟୁ ଘଟିଛି ‘ଏସ୍‌ଇସିଓ’ ଅଧିକାରୀ ତା’ର ତାଲିକା ପ୍ରକାଶ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି, ଦାହୋଦ୍‌ରେ ୪ଜଣ, ଭରୁଚରେ ୩ଜଣ, ତାପିରେ ୨ଜଣ ଏବଂ ଅହମଦାବାଦ, ଆମ୍‌ରେଲି, ବନସ୍କଣ୍ଠ, ବୋତାଡ଼, ଖେଦା, ମେହସନା, ପଞ୍ଚମହଲ, ସବରକଣ୍ଠ, ସୁରତ, ସୁରେନ୍ଦ୍ରନଗର ଓ‌ ଦେବଭୂମି ଦ୍ବାରକାରେ ଜଣେ ଲେଖାଏଁ ଲୋକ ମରିଛନ୍ତି।

Leave A Reply

Your email address will not be published.