ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଭଲ ଖବର ଆସିଛି। ନ୍ୟୁଜ୍ ଏଜେନ୍ସିଗୁଡିକର ଖବର ଅନୁଯାୟୀ, ଋଷିଆ କ୍ରୀମିୟରୁ ନିଜର ସାମରିକ ଅଭ୍ୟାସ ସମାପ୍ତ କରିବାକୁ ଘୋଷଣା କରିଛି। ଏହା ପରେ ସୈନିକମାନେ ମଧ୍ୟ ସେଠାରୁ ଫେରୁଛନ୍ତି। ଏହାକୁ ୟୁକ୍ରେନ ପାଇଁ ସବୁଜ ସଙ୍କେତ ଭାବେ ବିବେଚନା କରାଯାଉଛି। ବାସ୍ତବରେ, ପୁତିନ ଗୋଟେ ଦିନ ପୂର୍ବରୁ ହିଁ ଯୁଦ୍ଧ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଥିଲେ।
ଏନେଇ ବୁଧବାର ଋଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଭିଡିଓ ଜାରି କରିଯାଇଛି। ଏଥିରେ କୁହାଯାଇଛି ଯେ କ୍ରୀମିୟରୁ ସେନା ପ୍ରତ୍ୟାହାର କରୁଛି। ଭିଡିଓରେ କ୍ରୀମିୟରୁ ବାହାରୁଥିବା ଟ୍ୟାଙ୍କ ଏବଂ ସାମରିକ ଯାନ ଦେଖାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ସୈନିକମାନେ ମଧ୍ୟ ସେମାନଙ୍କର ସ୍ଥାୟୀ କ୍ୟାମ୍ପକୁ ଫେରିବେ। ୟୁକ୍ରେନକୁ ଘେରି ରହିବା ପାଇଁ ଋଷିଆ ଏକ ଜବରଦସ୍ତ ରଣନୀତି କରିଥିଲା। ଏଥିରେ କ୍ରୀମିୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା | ମେକ୍ସାର୍ ଟେକ୍ନୋଲୋଜି ୪୮ ଘଣ୍ଟା ପୂର୍ବରୁ ଉପଗ୍ରହ ଚିତ୍ର ଅଂଶୀଦାର କରିଥିଲା | ଏଥିମଧ୍ୟରେ ବେଲାରୁସ , କ୍ରୀମିୟ ଏବଂ ପାଶ୍ଚାତ୍ୟ ଋଷିଆରେ ସେନାର ରଣନୀତି ସ୍ପଷ୍ଟ ଦେଖାଯାଉଥିଲା। ଚିତ୍ରଗୁଡ଼ିକରେ ଆହୁରି ଅନେକ ବାଟାଲିୟନ ସୈନିକ, ହେଲିକପ୍ଟର ଏବଂ ବୋମା ବିସ୍ଫୋରଣ ଦେଖିବାକୁ ମିମିଳିଥିଲା। ସେମାନଙ୍କୁ ଆଗ ଧାଡ଼ିରେ ନିୟୋଜିତ କରାଯାଇଥିଲା। ଯେଉଁ ଅଞ୍ଚଳରେ ଋଷିଆ ନିଜର ସାମରିକ ନିୟୋଜନ ବଢ଼ାଇଥିଲା। ସେହି ଅଞ୍ଚଳଗୁଡ଼ିକ ୟୁକ୍ରେନର ଉତ୍ତର ଏବଂ ଉତ୍ତର ପୂର୍ବରେ ଅବସ୍ଥିତ। ଏଥିରେ ୟୁକ୍ରେନ ଏବଂ କ୍ରୀମିୟର ଦକ୍ଷିଣ ପୂର୍ବରେ ଏକ ବଡ଼ ଏୟାରବେସ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ଏହାକୁ ୨୦୧୪ ରେ ଋଷିଆ ଦଖଲ କରିଥିଲା।
ବାସ୍ତବରେ, ପୁତିନ ମଙ୍ଗଳବାର ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ଧାରଣା ବଦଳାଉଛି ଏବଂ ସୈନ୍ୟ ପ୍ରତ୍ୟାହାର କରିବା ନେଇ ସୂଚନା ଦେଇଥିଲେ। ତେବେ ଜୋ ବିଡେନ ପୁଟିନଙ୍କ ଦାବିକୁ ଗ୍ରହଣ କରିବାକୁ ମନା କରିବା ସହ ଋଷିଆରୁ ସୈନ୍ୟ ପ୍ରତ୍ୟାହାରର ପ୍ରମାଣ ମାଗିଥିଲେ, ଯାହା ପରେ ଏହି ଭିଡିଓ ଋଷିଆ ଦ୍ବାରା ଜାରି କରାଯାଇଛି।