ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଲଗାତର ଦୀର୍ଘ ୩ମାସ ଧରି ଜାରି ରହିଛି । ରୁଷ୍ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ଆମେରିକା ସହଯୋଗ କରିଆସୁଛି। ୟୁକ୍ରେନକୁ ଆମେରିକା ସାମରିକ ଓ ଆର୍ଥିକ ସହଯୋଗ ଦେଇ ଆସୁଥିବାବେଳେ ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୟୁକେନ କୁ ଆମେରିକା ଝଟକା ଦେଇଛି । ଯୁଦ୍ଧ ୩ମାସରୁ ଅଧିକ ସମୟ ଲାଗି ରହିଥିବାବେଳେ ୟୁକ୍ରେନକୁ ଏହାର ଅତ୍ୟାଧୁନିକ ରକେଟ୍ ପ୍ରଣାଳ (ସିଷ୍ଟମ୍) ଦେବାକୁ ଆମେରିକା ମନା କରିଛି। ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ୟୁକ୍ରେନକୁ ଅତ୍ୟାଧୁନିକ ରକେଟ୍ ପ୍ରଣାଳୀ ଦିଆଯିବ ନାହିଁ ଯାହା ରୁଷ୍ ଟାର୍ଗେଟ କରିପାରିବ।
ଆମେରିକାର ଦୁରଗାମୀ ରକେଟ୍ ପ୍ରଣାଳୀ ମଲଟିପୁଲ୍ ଲଞ୍ଚ ରକେଟ ସିଷ୍ଟମ୍ (MLRS) ରୁଷ୍ର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିବାର କ୍ଷମତା ରଖୁଥିବାବେଳେ ଏହାକୁ ୟୁକ୍ରେନକୁ ଦିଆଯିବ ନାହିଁ ବୋଲି ବାଇଡେନ କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ୱାଶିଂଟନ ପୋଷ୍ଟ ଏହାର ରିପୋର୍ଟରେ ଲେଖିଥିଲା ଯେ ୟୁକ୍ରେନକୁ ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ (HIMRS) ଦେବାକୁ ଆଗ୍ରହ ପ୍ରକାଶ କରିଛି। ଆମେରିକାର ଏପରି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ରୁଷ୍ ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଡିମିଟ୍ରି ମେଦଭେଦେଭ କହିଛନ୍ତି ଯେ ୱାଶିଂଟନର ନିଷ୍ପତ୍ତି ଏକ ବାଧ୍ୟବାଧକତା। ଅନ୍ୟପଟେ ରୁଷ୍-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ତୁର୍କୀ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି।