ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କିଛି ଅଭାବନୀୟ ଘଟଣା ଘଟିଛି । କ୍ୟାବିନେଟ ମନ୍ତ୍ରୀ ଙ୍କ ର ହତ୍ୟା ହୋଇଛି । ରାଜନୀତି ହିଂସା ରେ ସ୍ଥାନ ନାହିଁ । ଆଜି ପର୍ଯ୍ୟନ୍ତ ସୁରାକ ନାହିଁ କାହା ପାଖରେ ପୋଲିସ ହତ୍ୟାକାରୀ କାହିଁକି ହେଲା । ଜଣେ କର୍ତ୍ତବ୍ୟ ରତ ପୋଲିସ ଅଧିକାରୀ ସରକାରୀ ବନ୍ଧୁକ ରେ ମନ୍ତ୍ରୀ ଙ୍କୁ ପଏଣ୍ଟ ବ୍ଲାଙ୍କ ରୁ ଗୁଳି କରି ନିର୍ମମ ହତ୍ୟା କରିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିଲାନି ।
ଏହି ଘଟଣା ର ସପ୍ତାହେ ପରେ ଡିଜି କହିବା ଜଗନ୍ନାଥ ଭରଷା ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ର ସୂଚନା ଦେଉଛି । ଡିଜି ମହାପ୍ରଭୁଙ୍କ ନାଁ ରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି। କମିଶନ ଆକ୍ଟ ରେ ନ୍ୟାୟାଧିସ ଙ୍କୁ ନିଯୁକ୍ତି କରା ଯାଇନି। ଓଡିଶା କ୍ରାଇମବ୍ରାଞ୍ଚ ର ତଦନ୍ତ ଉପରେ ବିଶ୍ୱସନୀୟତା ନାହିଁ । ଓଡ଼ିଶାରେ ଲ ଲେସ ନେସ ବଢୁଛି। କେବଳ ସେତିକି ନୁହେଁ ଆଇନ ଶୃଙ୍ଖଳା ପରିସ୍ଥିତି ନାହିଁ। ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।
ରାଜ୍ୟରେ ତିନୋଟି ଘଟଣା ବିଷୟରେ ଉଦାହରଣ ଦେଇ କହିଛନ୍ତି
ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡେ । ସ୍ଥିତି ଗମ୍ଭୀର । କଣ ଚାହୁଁଛନ୍ତି ଶାସନ ରେ ବସିଥିବା ବଡ଼ ପଣ୍ଡା ମାନେ । ଏଠି ପତ କୁହା ଯାଉଛି ଶାସନ କିଏ ଚଳାଉଛି । ପ୍ରତିଦିନ ଆସୁଥିବା ଭିଡିଓ ବି ଶାସନ କିଏ ଏଠି ଚଲାଉଛି ତାର ପ୍ରମାଣ ଦେଉଛି ।
ବାଲେଶ୍ଵର ଜିଲ୍ଲାର ବାଲି ମାଫିଆ ମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ ଉପରେ ଆକ୍ରମଣ କଲେ । ଲ ଏନଫୋର୍ସମେଣ୍ଟ ଏଜେନ୍ସି ତାର ମୂଳ କାମ ରେ ନାହିଁ । ଯାହାର ଶିକାର ହେଉଛନ୍ତି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଏବଂ ଉପ ଜିଲ୍ଲାପାଳ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ।
2021 ରେ ମାହାଙ୍ଗାରେ କୁଳମଣି ବରାଳ ଙ୍କ ହତ୍ୟା ହେଲା । ପରିବାର ତରଫରୁ ସନ୍ଦେହ ପ୍ରକାଶ କରି ସ୍ଥାନୀୟ ଲୋକ ପ୍ରତିନିଧି ସେତେବେଳର ମନ୍ତ୍ରୀ ଙ୍କ ନାଁ ଏତଲା ରେ ରଖିଲେ । ସ୍ଥାନୀୟ ପୋଲିସ ଏତଲା ରେ କିନ୍ତୁ ମନ୍ତ୍ରୀ ଙ୍କ ନାଁ ରଖିଲା ନାହିଁ। ସେଠି କୋର୍ଟ ଙ୍କୁ କହିବାକୁ ପଡିଲା ଯେ ମନ୍ତ୍ରୀ ଙ୍କ ନାଁ ଏତଲା ରେ ରଖ ।
6.12.2022 ରେ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ପିଲା ଆନନ୍ଦ ଟପୋର ହତ୍ୟା ହେଲା । ପୋଲିସ ଆତ୍ମହତ୍ୟା ବୋଲି କହୁଛି । ସମସ୍ତ ଙ୍କୁ ଭେଟିବା କୁ ଚେଷ୍ଟା କରିଥିବେ ପରିବାର । ସବୁଠୁ ବିଫଳ ହେବା ପରେ ହାଇକୋର୍ଟ ଗଲେ ।
ଦୁଇ ଦିନ ତଳେ ଜଣେ ଝିଅ ଶାସକ ଦଳର ଜଣେ ପ୍ରଭାବଶାଳୀ ବିଧାୟକ ଙ୍କ ବିରୋଧ ରେ ହାଇକୋର୍ଟ ଗଲେ । ପୋଲିସ ତାଙ୍କ କେସ ରଖିଲା ନାହିଁ ଯେଉଁଥି ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହେଲେ । କଣ ଚାଲିଛି ଓଡିଶା ରେ । ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ରହିଛନ୍ତି । ମୁଖ୍ୟମନ୍ତ୍ରୀ ସଚେତନ ହୁଅନ୍ତୁ ଦାୟିତ୍ୱ ନିଅନ୍ତୁ । ଦାୟିତ୍ବ ମିଳିଛି ମାନେ ଜାଗିର ମିଳିନି । ଯାହା ଚାହିଁବେ ସେଇଆ କରିବେ । ଏହାକୁ ନେଇ ରାଜ୍ୟବ୍ୟାପି ଜନ ଜାଗରଣ ସୃଷ୍ଟି କରିବ ବିଜେପି ।
ନବ ଦାସ ଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହେଁ । ତଦନ୍ତ ର ମୂଳଦୁଆ କୁ ନେଇ ଅସାମଞ୍ଜସ୍ୟ ରହିଛି । ଏଠି ତୁମେ ଗୁହାରି କରିବ ଯାହାକୁ ଗେରସ୍ତ କରିଛି ତାହାକୁ ବୋଲି କହି ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା । ନୈତିକତା ଦୃଷ୍ଟିରୁ ଏହି ଘଟଣା ର ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଅନ୍ତୁ । ପୋଲିସ ପ୍ରତି ମାଫିଆ ଙ୍କ ର ଡ଼ର ଛାଡି ଗଲାଣି । ପୋଲିସ ତା କାମ ରେ ନାହିଁ । ପୋଲିସ କୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି । ଓଡିଶା ବଡ଼ ଗମ୍ଭୀର ସ୍ଥିତି ରେ ଅଛି ।