BRSରେ ଯୋଗ ଦେବା ପରେ ଜୟରାମ ପାଙ୍ଗିଙ୍କ ପ୍ରତିକ୍ରିୟା: ଓଡ଼ିଶାର ବହୁନେତା ସମ୍ପର୍କରେ ଅଛନ୍ତି, ଖୁବ ଜଲଦି ଦଳରେ ମିଶିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ);  BRSରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୟରାମ ପାଙ୍ଗି।  ଚାଷୀ,ଦଳିତ, ଶିକ୍ଷା, ସ୍ଵାସ୍ଥ୍ୟ କ୍ଷେତ୍ରରେ ଯେଉଁ ମଡେଲ ହୋଇଛି ତେଲେଙ୍ଗାନା ରେ ସେଥିରେ ପ୍ରଭାବିତ ହୋଇ ଆମେ BRS ରେ ଯୋଗ ଦେଇଛୁ। ସେଠୀ ଯଦି ଏସବୁ ମଡେଲ ହୋଇପାରିଛି ଓଡ଼ିଶା କି ଦେଶରେ କାହିଁକି ହୋଇ ପାରିବ ନାହିଁ। ଆଗାମୀ ଦିନରେ ୧୪୭ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଖରେ ପହଞ୍ଚାଇବୁ। ଲୋକ ବିକଳ୍ପ ଖୋଜୁଛନ୍ତି। ବିରୋଧୀ ସମ୍ପୂର୍ଣ ଶୂନ। ବିଜେପି ଓ କଂଗ୍ରେସ ଦଳ ବିଜେଡ଼ି ସହ ତାଳ ଦେଇ ଚାଲିଛନ୍ତି।

ବିଜୟ ମହାପାତ୍ର ଙ୍କ ସମେତ ବହୁ ରାଜନୈତିକ ଦଳର ଲୋକଙ୍କ ସହ ଆମେ ସମ୍ପର୍କରେ ଅଛୁ। ଶାସକ ଦଳ ରୁ ଅଧିକ ନେତା ଆମ ଦଳକୁ ଆସିବେ। ଖୁବ୍ ଶୀଘ୍ର କମିଟି ଘୋଷଣା ହେବ। ମାସେ ଭିତରେ ଦକ୍ଷ ଲୋକଙ୍କୁ ନିର୍ବାଚନ ମଣ୍ଡଳୀରେ ଦାୟିତ୍ଵ ଦେବୁ। ଦ୍ଵିତୀୟରେ ଆମ ଚିହ୍ନ କାର। ସବୁ ଗାଁକୁ କାର ରେ ଯାଇ ପ୍ରଚାର କରିବ, ଅବ୍ କି ବାର୍ କିଷାନ କି ସରକାର।

ବାଇଟ: ଅକ୍ଷୟ କୁମାର, BRS ନେତା

୨୦୨୪ରେ ଆମେ ସରକାର କରିବୁ। ବିଜେଡ଼ି, ବିଜେପି ଓ କଂଗ୍ରେସ ର ନେତା ଆମ ସମ୍ପର୍କରେ ଅଛନ୍ତି ଖୁବ୍ ଶୀଘ୍ର ଆସିବେ। ପ୍ରଥମେ ଆସିବେ ଜନତା ଦଳର ନେତା। ଦ୍ଵିତୀୟରେ ଆସିବେ ବିଭିନ୍ନ ଦଳର କୋଣ ଠେସା ନେତା।

Leave A Reply

Your email address will not be published.