ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କର୍ଣ୍ଣାଟକର ବିଜୟପୁରରେ କେନ୍ଦ୍ର ମନ୍ତ୍ରୀ ନିରଂଜନ ଜ୍ୟୋତିଙ୍କ କାର ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ମନ୍ତ୍ରୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ଡାକ୍ତରଖାନା ନିଆଯାଇଛି। ଟ୍ରକ ଡ୍ରାଇଭର ମଦ୍ୟପାନ କରିଥିବା ପୋଲିସ କହିଛି।
ସୂଚନାନୁସାରେ, ଦୁର୍ଘଟଣାରେ ଟ୍ରକଟି ଓଲଟି ପଡିଥିଲା, ଯେଉଁଥିପାଇଁ ମନ୍ତ୍ରୀଙ୍କ କାରର ଆଗ ଭାଗ ବହୁ କ୍ଷତି ସହିଛି। ପୋଲିସର ସୂଚନାନୁସାରେ ଟ୍ରକ ଡ୍ରାଇଭରଙ୍କର ଦୋଷ ରହିଛି।