ଓଡ଼ିଆ ନ୍ୟୁଜ୍: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ଘରେ ପଶିବାକୁ ଉଦ୍ୟମ।ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ଘରେ ପଶିବାକୁ ଉଦ୍ୟମ।ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖିଲା ପୋଲିସ।ଉଭୟ ସଲମାନଙ୍କ ଫ୍ୟାନ୍ କହୁଛନ୍ତି, ପୋଲିସ ଜେରା ଜାରି ରଖିଛି।ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି।ଗତକାଲି ସଲମାନଙ୍କ ଘରେ ଏକ ଘଟଣା ଘଟିଛି । ଯେଉଁଠି ଦୁଇ ଜଣ ପୁରୁଷ ଓ ମହିଳା ତାଙ୍କ ବାସଭବନରେ ପଶିଯାଇଥିଲେ । ଏହି ଦୁଇ ଜଣ ସଲମାନଙ୍କ ଫ୍ଲାଟ୍ ପାଖରେ ପହଞ୍ଚିଯାଇଥିଲେ । ତେଣୁ ଉଭୟଙ୍କୁ ଗିରଫ କରାଯାଇଛି ।
ଅବୈଧ ପ୍ରବେଶ ନେଇ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ମହିଳା ଜଣକ ହେଉଛନ୍ତି ୩୬ ବର୍ଷୀୟ ଇଶା ଛାଓ୍ୱଡା । ସଲମାନ ଖାନ ମୁମ୍ୱାଇ ବାନ୍ଦ୍ରାର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷାରେ ତ୍ରୁଟିରେ ଏହା ଦ୍ୱିତୀୟ ଘଟଣା । ଏହାପୂର୍ବରୁ ତାଙ୍କ ବିଲ୍ଡିଂରେ ଅବୈଧ ପ୍ରବେଶର ଘଟଣା ପୂର୍ବରୁ ଘଟିସାରିଛି । ତାଙ୍କ ସୁରକ୍ଷାରେ ପୁଲିସ, ଯବାନ ମୁତୟନ ଅଛନ୍ତି । ଏଭଳି ସ୍ଥିତିରେ ଜଣେ ମହିଳା କେମିତି ସଲମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲେ ତାହା ଚିନ୍ତାଜନକ । ବର୍ତ୍ତମାନ ପୁଲିସ ଏହାର କାରଣ ଖୋଜିବାରେ ଲାଗିଛି ।