ଟ୍ରୋଲ ହେବା ପରେ ଭୁଲ ସୁଧାରିଲେ ଉର୍ବଶୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଟ୍ରୋଲ ହେବା ପରେ ଭୁଲ ସୁଧାରିଲେ ଅଭିନେତ୍ରୀ ଊର୍ବଶୀ ରୌତେଲା। ଉର୍ବଶୀ ତାଙ୍କ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅନେକ ଥର ସେ ନିଜର ପୋଷ୍ଟ ଓ ବୟାନ ପାଇଁ ସମାଲୋଚିତ ମଧ୍ୟ ହୋଇଛନ୍ତି। ଜୁଲାଇ ୨୭ରେ ଉର୍ବଶୀ ପୁଣି ଏମିତି ଏକ ଟୁଇଟ କରିଥିଲେ ଯେଉଁଥିପାଇଁ ତାଙ୍କୁ  ଟ୍ରୋଲ ହେବାକୁ ପଡ଼ିଥିଲା। ନିଜ ଟ୍ବିଟରେ ସେ ପବନ କଲ୍ୟାଣଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଏହାକୁ ନେଇ ଲୋକେ ଟ୍ରୋଲ କରିବା ସହିତ ଉର୍ବଶୀଙ୍କୁ ଟୁଇଟର ଜରିଆରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନୁହନ୍ତି ୱାଇ ଏସ ଜଗମୋହନ ରେଡ୍ଡି ବୋଲି ସୂଚନା ଦେଇ କହିଥିଲେ।

ଟ୍ରୋଲ ହେବା ପରେ ଏବେ ନିଜ ଭୁଲ ସୁଧାରିଛନ୍ତି ଉର୍ବଶୀ। ପ୍ରଥମେ ଉର୍ବଶୀ ଟ୍ବିଟ କରିଥିଲେ ଯେ, “ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହିତ ସିନେମା ‘‌ବ୍ରୋ ଦ ଅବତାର’ରେ କାମ କରିବାକୁ ଅନୁଭୂତି ଖୁବ ଭଲ ରହିଛି। ଫିଲ୍ମଟି ଜୁଲାଇ ୨୮ରେ ରିଲିଜ୍ ହେବ। ଫିଲ୍ମର କାହାଣୀ ଜଣେ ଅହଂକାରୀ ବ୍ୟକ୍ତିଙ୍କ ଉପରେ ଆଧାରିତ, ଯାହାକୁ ନିଜ ଭୁଲ ସୁଧାରିବା ପାଇଁ ମୃତ୍ୟୁ ପରେ ଦ୍ୱିତୀୟ ସୁଯୋଗ ମିଳୁଛି।”

Leave A Reply

Your email address will not be published.