ବାଣୀବିହାରରୁ ବିଦା ହେବେ ଅଣଛାତ୍ର, ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ

0

ଓଡ଼ିଆ ନ୍ୟୁଜ୍: ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ।ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରେ ବ୍ୟାପକ ଯାଞ୍ଚ।୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ।ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ।ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ଚାଲିଛି ଯାଞ୍ଚ।ତାଲା ଭାଙ୍ଗି ବାହାରକୁ ଆସବାବପତ୍ର ନେଲେ କର୍ତ୍ତୃପକ୍ଷ।କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ।ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍।

ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏହି ଚଢ଼ଉରେ ସାମିଲ ରହିଛନ୍ତି। ଏହି କାରଣରୁ ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନସିଲ। ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି କାମରେ ନିୟୋଜିତ ହୋଇଛନ୍ତି ୫ ଏସିପି, ୪ ଜଣ ଆଇଆଇସି ଓ ୧୩ ଏଏସ୍ଆଇ। ଜୋନ ୫ ଏସିପି ବିଶ୍ବରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବେ। ବରିଷ୍ଠ ପୁଲିସ ଅଧିକାରୀ ଅନୁପ କାନୁନଗୋ ସମ୍ପୂର୍ଣ୍ଣ ସୁରକ୍ଷା ଦୟିତ୍ୱକୁ ତୁଲାଉଥିବା ଜଣାଯାଇଛି।

 

Leave A Reply

Your email address will not be published.