VB G RAM G ବିଲ୍‌କୁ ମଞ୍ଜୁରୀ

0

ଓଡ଼ିଆ ନ୍ୟୁଜ୍: ଆଇନରେ ପରିଣତ ହେଲା VB-G RAM G ବିଲ୍‌-୨୦୨୫।ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)- VB-G RAM g। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ।MGNREGA ବଦଳରେ ଏଣିକି ଲାଗୁ ହେବ VB-G RAM G ଆଇନ।ମଜୁରି ରୋଜଗାରର ନିୟମିତ ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି।ପ୍ରତି ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାରର ଅଣକୁଶଳୀ ବ୍ୟକ୍ତିଙ୍କୁ ମିଳିବ ସୁବିଧା।

ଏବେ ନୂଆ ଆଇନରେ ପରିଣତ ହେବା ପରେ ବର୍ତ୍ତମାନ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ବୈଧାନିକ ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେବ। ଯାହା ପୂର୍ବରୁ ୧୦୦ ଦିନ ଥିଲା।

ସରକାର ଏହି ବିଲ୍କୁ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ତଳର ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (MGNREGA)ର ଜାଗା ନେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ନୂଆ ଆଇନକୁ ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣକୁ ନେଇ ଡିଜାଇନ୍ କରାଯାଇଛି। ସାମୁହିକ ଓ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଗ୍ରାମୀଣ କ୍ଷେତ୍ରରେ ଆୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ଓ ଉତ୍ପାଦନକ୍ଷମ ସମ୍ପତ୍ତିର ନିର୍ମାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ରହିଛି।

Leave A Reply

Your email address will not be published.