ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୬ ତାରିଖରେ ଜନ ଜାଗରଣ ଆନ୍ଦୋଳନ କରିବ କଂଗ୍ରେସ।ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଟାଟା ପାୱାରର ମନମାନି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଟାଟା ପାୱାରକୁ ଓଡ଼ିଶାରୁ ବିଦା କରିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ କରିବ।
ଅଣ୍ଟା ଭିଡ଼ିଲାଣି କଂଗ୍ରେସ । ବିଜୁଳି ଓ ଧାନ ସଂଗ୍ରହକୁ ନେଇ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲାଣି କଂଗ୍ରେସ । ବିଜୁଳି ଦରରେ ଟାଟା ପାଓ୍ୱାରର ମନ୍ମାନୀ, ରାଜ୍ୟରେ ଧାନ ସଂଗ୍ରହରେ ସମସ୍ୟା, ମହାତ୍ନା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି (mgnrega) ଯୋଜନାର ନାଁ ପରିବର୍ତ୍ତନ ନେଇ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ।