ଓଡ଼ିଆ ନ୍ୟୁଜ୍: ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ମୁମ୍ବାଇର ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଥିବା ସୂଚନା। ଗତ ସପ୍ତାହ ବି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡିସେମ୍ବର ୮ରେ ୯୦ ବର୍ଷ ବୟସରେ ପଦାର୍ପଣ କରିବେ ଧର୍ମେନ୍ଦ୍ର।ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା କୁହାଯାଉଛି ।
ବଲିଉଡ୍ର ହି-ମ୍ୟାନ୍ ଧର୍ମେନ୍ଦ୍ର ସାଢ଼େ ୬ ଦଶନ୍ଧୀ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସିଛନ୍ତି। ତାଙ୍କର ଦୀର୍ଘ କ୍ୟାରିୟରେ ସେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ନିଜର ଆଗାମୀ ଚଳଚ୍ଚିତ୍ର ‘ଇକ୍କିସ’(୨୧) ପାଇଁ ଚର୍ଚ୍ଚାରେ ଅଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦ ମଧ୍ୟ ଅଭିନୟ କରିଛନ୍ତି। ଅଗସ୍ତ୍ୟା ଅରୁଣ ଖେତ୍ରପାଳଙ୍କ ଭୂମିକାରେ ଅଭିନୟ କରିବେ । ଯିଏ ୧୯୭୧ ଭାରତ-ପାକ୍ ଯୁଦ୍ଧରେ ତାଙ୍କ ସାହସିକତା ପାଇଁ ମରଣୋତ୍ତର ପରମ ବୀର ଚକ୍ରରେ ସମ୍ମାନିତ ହୋଇଥିଲେ ।