ଅଧିକ ରୋଜଗାର ଆଶାରେ ଅନଲାଇନ ଠକେଇର ଶିକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଧିକ ରୋଜଗାର ଆଶାରେ ଅନଲାଇନ ଠକେଇର ଶିକାର | ୩ଲକ୍ଷ ଟଙ୍କାର ଅନଲାଇନ ଠକେଇ ନେଇ ଅଭିଯୋଗ | ପୁଣି ଅଦୃଶ୍ୟ ଠକଙ୍କ ଶିକାର ୩ ଲକ୍ଷ ଟଙ୍କା ଦୁର୍ବୁତ୍ତ ମାନେ ଠକି ନେଇଛନ୍ତି। ଅନଲାଇନ ଲଟେରୀ ନାମରେ ୩ଲକ୍ଷ ଟଙ୍କା ଠକି କରି ନେଇ ଯାଇଛନ୍ତି।

ଏନେଇ ଚାନ୍ଦୁଆ ଥାନା ଅନ୍ତର୍ଗତ କୁସିମାଷୋଳ ଗ୍ରାମର ଆଶିଷ କୁମର ଦାସ ସାଇବର ଠକେଇ ଶିକାର ନେଇ ବାରିପଦା ସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଆଶିଷ କୁମର ଦାସ ଅନଲାଇନ ଲଟେରୀ ସଂସ୍ଥା ଦ୍ଵାରା ଅଧିକ ଅର୍ଥ ଉପାର୍ଜନ ନେଇ ଆଶାୟୀ ହୋଇ ଟଙ୍କା ନିବେଶ କରିଥିଲେ। ଟିସି ଲଟେରୀ ଟ୍ରେଡିଂ ଏଜେନ୍ସି ବିଜ୍ଞାପନ ଦେଖି ତାଙ୍କ ସହିତ କଥା ହୋଇ ସଂସ୍ଥାରେ ମିଶିଥିଲେ। ତାପରେ ପ୍ରଥମେ ୧୦ହଜାର ଟଙ୍କା ଲଗାଇ ୨୦ହଜାର ଟଙ୍କା ଫେରସ୍ତ ପାଇଥିଲେ। ଏଥିପରେ ୫ହଜାର ଟଙ୍କା ଲଗାଇଥିଲେ ସୁଦ୍ଧା ଫେରସ୍ତ ପାଇନଥିଲେ।

ତା ପରେ ପୁଣି ଦୁଇ ଥର ୨୦ହଜାର ଟଙ୍କା ଦେଇ ୪୦ହଜାର ଟଙ୍କା ଫେରସ୍ତ ପାଇଥିଲେ। କିନ୍ତୁ ୩୦ହଜାର ଟଙ୍କା ଲଗାଇବା ପରେ ଫେରସ୍ତ ପାଇନଥିଲେ। ସମୁଦାୟ ୩ଲକ୍ଷ ଟଙ୍କା ଲଗାଇ ମଧ୍ୟ ଫେରସ୍ତ ପାଇନଥିଲେ। ଏହାପରେ ଠକାମିର ଶିକାର ହୋଇଥିବାର ଜାଣିବାକୁ ପାଇଥିଲେ। ଏଣୁକରି ଟଙ୍କା ଫେରସ୍ତ ପାଇବା ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ମାମଲା ରୁଜୁ କରି ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ତେବେ ଅଦୃଶ୍ୟ ସାଇବର ଠକଙ୍କ ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଲୋକେ ଠକାମୀର ଶିକାର ହୋଇ ତାଙ୍କ ଗଛିତ ଧନ ହରାଉଛନ୍ତି।

Leave A Reply

Your email address will not be published.