ବାପାଙ୍କ ନିଖୋଜକୁ ନେଇ ଝିଅର ବ୍ୟକୁଳ ନିବେଦନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାପାଙ୍କ ନିଖୋଜକୁ ନେଇ ଝିଅର ବ୍ୟକୁଳ ନିବେଦନ | ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ଗ୍ରାମ ରେ ଅଶୋକ ମିଶ୍ର କୁଆଡେ ଚାଲିଯାଇଛନ୍ତି | ତା 04/05/24ରିଖ ସକାଳ 7ଟା 30ମିନିଟ ରେ ଘରୁ ବାହାରକୁ ବୁଲିବାକୁ କହି ଆସିଥିଲେ ହେଲେ ଆଉ ଘରକୁ ଫେରିଲେ ନାହିଁ |

ଝିଅ ରଂଜିତା ବାପାଙ୍କ ନିଖୋଜ କଥା କୁ ଏତେ ଶୀଘ୍ର ଗ୍ରହଣ କରିପାରିଲେନାହିଁ | ଯେତେ ହେଲେ ବାପା ସବୁବେଳେ ବାପା ସୁଖ ରେ ଦୁଃଖ ରେ ସବୁବେଳେ ଝିଅ ପାଖରେ ଛିଡା ହୋଇଥାଏ  | ଯେତେବେଳେ ବାପାଙ୍କ ନିଖୋଜ କଥା ଜାଣିପାରିଲେ ତାଙ୍କ ପାଦ ତଳୁ ମାଟି ଖସିପଡ଼ିଲା ପରି ତାଙ୍କୁ ଲାଗିଲା ବହୁ ଖୋଜା ଖୋଜି କଲା ପରେ ଆଉ ବାପାଙ୍କୁ ପାଇଲେ ନାହିଁ  |

ଦୁଇ ଦିନ ପାରେ ବାସୁଦେବପୁର ଥାନାରେ ଆସି ଏତେଲା ଦେଲେ ବାପା ଙ୍କୁ ଖୋଜି ଆଣିବା ପାଇଁ | ଏତେଲା ର ପାଞ୍ଚ ଦିନ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ରଂଜିତା ର ବାପା ଅଶୋକ ମିଶ୍ର କୁ ଖୋଜି ପାରିନି ବାସୁଦେବପୁର ପୋଲିସ | ଏବାବଦରେ ଅନ୍ୟ କାହାରି ପ୍ରତିକ୍ରିୟା ମିଳିପାରିନାହିଁ |

Leave A Reply

Your email address will not be published.