ଡ୍ୟୁଟିରେ ଅବହେଳା ନେଇ ଗିରଫ ୨ ପ୍ରିଜାଇଡିଂ ଅଫିସର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ପ୍ରେସମିଟ୍  ।  ଗଣତନ୍ତ୍ରର ମହାନ ପର୍ବରେ ସାମିଲ୍ ହୋଇଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।

ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରକୁ ଯାଉଛନ୍ତି। ତେବେ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ବର୍ତ୍ତମାନ ୨ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଏହି ୪ଟି ଲୋକସଭା ଆସନରେ ୩୭ ଜଣ ପ୍ରାର୍ଥୀ ଥିବାବେଳେ ୨୮ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୨୪୩ ପ୍ରାର୍ଥୀ ।

ସେଥିମଧ୍ୟରୁ ୨୧୧ ପୁରୁଷ ଏବଂ ୩୨ଟି ଆସନରେ ମହିଳା ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା ଆସନରୁ ସବୁଠୁ ଅଧିକ ୧୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।  ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରୁଖୁରୁରେ ନିର୍ବାଚନ ପରିଚାଳନା ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି  । ସକାଳୁ ବିଭିନ୍ନ ସ୍ଥାନରୁ ଇଭିଏମ ମେସିନରେ ତ୍ରୁଟି ଦେଖାଯିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା   ।

Comments are closed.