ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ। ବିରାଟ ଜନସମାଗମ ରେ କମ୍ପିଲା ଭଦ୍ରକ ବଜାର।  ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ରେ ଷୋମବାର ଦିନ ଭଦ୍ରକ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାସୁଦେବପୁର ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସକାଳୁ ସକାଳୁ ଗୁଡ ବଳଦେବ ଜୀଉ ଙ୍କ ଠାରେ ପୂଜା ପାଠ କରି ସ୍ଥାନୀୟ ରାଧାବଲ୍ଲଭ ପୁର ରେ ମା ମଙ୍ଗଳାଙ୍କ ପୀଠ ରେ ପୂଜା ପାଠ କରି ଯାଦବ ପଡିଆ ରୁ ବହୁ ଜନ ସମାଗମ ରେ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରିଥିଲେ। ପରେ ଏଡତାଳ ଠାରେ ଜଗନ୍ନାଥ ମନ୍ଦିର ରେ ମଧ୍ୟ ପୂଜା ପାଠ କରି ଭଦ୍ରକ ଅଭିମୁଖେ ଯାଇ ଥିଲେ। ଭଦ୍ରକ ବାଇପାସ୍ ର ଜଗନ୍ନାଥ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ଭଦ୍ରକ ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ତିହିଡି ବ୍ଲକ ଓ ବାସୁଦେବପୁର ବ୍ଲକ ର ବିଶାଳ ଜନସମାଗମ ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା।

ହଜାର ହଜାର ସଂଖ୍ୟାରେ ସମର୍ଥକ ମାନେ ଉପସ୍ଥିତ ରହି ଥିଲେ। ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ। ଶୋଭାଯାତ୍ରା ରେ ସାଂସଦ ପ୍ରାର୍ଥୀନୀ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ପ୍ରାର୍ଥୀପ୍ରଫୁଲ୍ଲ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଦୁର୍ଗା ଦତ୍ତ ରାଉତ ରାୟ, ଋତୁପୂର୍ଣା ରାଉତ ରାୟ, ଭାଗିରଥି ବଳ, ଦିନ ବନ୍ଧୁ ଦାସ, ଅସିତ୍ ଦାସ, ମାନସ ସାହୁ, କାଳନ୍ଦୀ ସାହୁ, ରଶ୍ମିତା ନାୟକ ଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା, ବିଜେଡ଼ି ଯୁବ, ଛାତ୍ର, ମହିଳା କର୍ମୀ ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.