ଡଗରା ସମୁଦ୍ର ବେଳଭୂମି ଏବେ ଅଲିଭ ରେଡ଼ଲି କଇଁଛଙ୍କ ଅଣ୍ଡା ଦାନସ୍ଥଳୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ବନ ବିଭାଗ ଅଧିନସ୍ଥ ଚୈ।ମୁଖ,ଡଗରା ସମୁଦ୍ର ବେଳଭୂମି ଏବେ ଅଲିଭ ରେଡ଼ଲି କଇଁଛଙ୍କ ଅଣ୍ଡା ଦାନ ସ୍ଥଳୀ ପାଲଟିଛି। ବର୍ଷକୁ ଶହ ଶହ ଅଲିଭ ରିଡ଼ଲେ କଇଁଛ ପର୍ଯ୍ୟାୟ କ୍ରମେ ଏଠାକୁ ଆସି ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରି ଯାଆନ୍ତି। ଅଣ୍ଡା ଦାନର ପାଖପାଖି ଦୁଇମାସ ମଧ୍ୟରେ ଅଣ୍ଡାରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଚାଲିଯାଆନ୍ତି।

ଚୋୖମୁଖ ସମୁଦ୍ର ବେଳାଭୂମି ଅଲିଭ ରିଡଲେ କଇଁଛର ଅଣ୍ଡା ଦାନର ଉପଯୁକ୍ତ ସ୍ଥାନ ହୋଇଥିଲେ ମଧ୍ଯ ଚଳିତ ବର୍ଷ ବହୁ ସଂଖ୍ୟକ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥିଲେ।ସମୁଦାୟ ୧୨ ଟି ପର୍ଯ୍ୟୟରେ ଶତାଧିକ ଅଣ୍ଡା ବନବିଭାଗ ସଂଗ୍ରହ କରିଥିବା କଥା ଫରେଷ୍ଟ ଗାର୍ଡ ହୃଷିକେଶ ପ୍ରଧାନ ପ୍ରକାଶ କରିଛନ୍ତି। ସେହି ଅଣ୍ଡା ଗୁଡିକୁ ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯିବା ପରେ ସମୁଦ୍ରରେ ଛଡାଯାଇଥାଏ।

ତେବେ ଆଜି ସକାଳ ସମୟରେ ୨୫୩ ଟି ଶାବକ କୁ ଡଗରା ବନବିଭାଗର ଦାୟିତ୍ଵ ରେ ଫରେଷ୍ଟର ଶ୍ରୀ ହୃଷିକେଶ ପ୍ରଧାନ, ଦୂର୍ଜୟ କରଣ,ମନ୍ମଥ ଦଳେଇ, ଅମୂଲ୍ୟ ଜେନା ପ୍ରମୁଖ ଉପସ୍ଥିତ ରହି ଅଲିଭ ରିଡ଼ଲେ କଇଁଛ ଶାବକ ମନଙ୍କୁ ସମୁଦ୍ରରେ ଛାଡିଥିଲେ ।ଅଲିଭ ରିଡ଼ଲେ କଇଁଛ ଶାବକ ଗୁଡିକ ସମୁଦ୍ରକୁ ଯାଉଥିବା ସମୟ ରେ ଖୁବ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା।

Comments are closed.