ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ଓଡ଼ିଶାରେ ଆସିବେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିଯିବେ। ଏହା ପୂର୍ବରୁ ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସି ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧନ କରିଥିଲେ। ଉକ୍ତ ସଭାରେ ହିମନ୍ତ ବିଶ୍ୱଶର୍ମା ବିଜେଡି ସୁପିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ ସିଧା ହମଲା କରିଥିଲେ । ଉକ୍ତ ସଭାରେ ସେ କହିଥିଲେ, ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ପାଣ୍ଡିଆନକୁ ଭଲ ପାଆନ୍ତି।

ନବୀନ ବାବୁ ଯାହା ଦେବାକଥା, ପାଣ୍ଡିଆନକୁ ଦିଅନ୍ତି, ଓଡ଼ିଶାବାସୀଙ୍କୁ ନୁହେଁ। ଜଣେ ମୁଖ୍ୟମନ୍ତ୍ରୀ ଏପରି କରିବା କଥା ନୁହେଁ। ଗତକାଲି ଓଡ଼ିଶାର ୪ ଜିଲ୍ଲା ଓ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗତକାଲି ନିର୍ବାଚନରେ ପ୍ରାୟତଃ ୭୩.୯୭% ମତଦାନ ହୋଇଛି । ଗତକାଲି ରାତି ୧୧ଟା ୪୫ ପର୍ଯ୍ୟନ୍ତ ସଂଗୃହିତ ECI ରିପୋର୍ଟରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.