ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ

0

ଓଡ଼ିଆ ନ୍ୟୁଜ୍: ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ। ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୨ କୋଠା, ୨ ଫ୍ଲାଟ୍, ୪ ପ୍ଲଟ୍ ଠାବ।ସୁନ୍ଦରଗଡ଼ରେ ୩ ମହଲା ଓ ରାଉରକେଲାରେ ୨ ମହଲା କୋଠା ଠାବ। ଭୁବନେଶ୍ବର ଘାଟିକିଆରେ ଯନ୍ତ୍ରୀଙ୍କର ଅଛି ୨ଟି ଫ୍ଲାଟ୍। ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ଅଛି ୪ ପ୍ଲଟ୍।ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ, ବ୍ୟାଙ୍କ ଜମାର ତଦନ୍ତ ଚାଲିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ସ୍ଥାନରେ ଏକ କାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ତିନି ମହଲା କୋଠାରେ ମଧ୍ୟ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ଏକ ଟିମ ଘରେ ସମସ୍ତ କାଗଜପତ୍ର ଖଙ୍ଗାଳୁଛି। ଏହି ଘରେ ଶ୍ରୀ ବେହେରାଙ୍କ ବଡ଼ ଶଳା ଏବଂ ସ୍ତ୍ରୀ ରହିଛନ୍ତି।

Leave A Reply

Your email address will not be published.