ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଉପଖଣ୍ଡର BVO, PA

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ବିଭିଓ, ପିଏ। ରେଢ଼ାଖୋଲ ଉପଖଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ଲକ ଭେଟନାରୀ ଅଫିସର (BVO) ଡା. ସୁବାସ ପ୍ରକାଶ ସୋରେନ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ହାତେନାତେ ଧରିଛି।ସୂଚନା ଅନୁଯାୟୀ, ଏହି ଦୁଇ ଅଧିକାରୀ ଏକ ବ୍ରଏଲର ଫାର୍ମ ପାଇଁ ୫୪ ହଜାର ଟଙ୍କାର ସବ୍‌ସିଡି ରିଲିଜ୍‌ କରିବା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଭିଜିଲାନ୍ସ ଟିମ୍‌କୁ ଏହି ସୂଚନା ମିଳିବା ପରେ ସେମାନେ ଏକ ଯୋଜନାବଦ୍ଧ ଅଭିଯାନ ଚଳାଇ ଉକ୍ତ ଦୁଇ ଅଧିକାରୀଙ୍କୁ ଲାଞ୍ଚ ଗ୍ରହଣ କରୁଥିବା ଅବସ୍ଥାରେ ଧରିଥିଲେ।ଧରାପଡ଼ିବା ପରେ ଭିଜିଲାନ୍ସ ଟିମ୍‌ ଡା. ସୋରେନ ଓ ମହେଶ୍ୱର ସାହୁଙ୍କ ଘରେ ମଧ୍ୟ ରେଡ୍‌ କରିଛି। ଏହି ରେଡ୍‌ରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ହସ୍ତଗତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.