IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ

0

ଓଡ଼ିଆ ନ୍ୟୁଜ୍:ଲାଞ୍ଚୁଆ ଆଇଏଏସ ଧୀମାନ ଚକମାଙ୍କ ହିମାଚଳପ୍ରଦେଶ ଓ ତ୍ରିପୁରା ବାସଭବନରେ ରେଡ। ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।ଗିରଫ ପରେ ଏବେ ଜେଲରେ ଅଛନ୍ତି ଆଇଏଏସ ଧୀମାନ ଚକମା।ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ତଦନ୍ତ ପାଇଁ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଓଡିଶା ଭିଜିଲାନ୍ସର ତିନିଟି ଦଳ ଚଢ଼ାଉ କରିଛି।

ଭିଜିଲାନ୍ସ ଏକ ବିବୃତିରେ କହିଛି ଯେ ଦଳଗୁଡ଼ିକ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ଚକମାଙ୍କ ବାସଭବନ ଏବଂ ହିମାଚଳ ପ୍ରଦେଶର କୁଲୁ ଜିଲାର ମନାଲି ଥାନା ଅଧୀନ ସାମିନାଲା ଓ ଲାହୋଲ-ସ୍ପିଟି ଜିଲାର କେୟଲଙ୍ଗ ଥାନା ଅଧୀନ ରାଙ୍ଗବେଇରେ ଥିବା ତାଙ୍କ ଶ୍ୱଶୁର ଘରେ ଯାଞ୍ଚ ଓ ତଲାସୀ କାର୍ଯ୍ୟ କରିଛନ୍ତି।ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ଓ୍ଵାରେଣ୍ଟ ଆଧାରରେ ଏହି ତଲାସୀ କାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.