ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ବଲିଉଡରେ ନୂଆ ରେକର୍ଡ ରଚିଛିି ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ । ଯାହା ବକ୍ସ ଅଫିସରେ ବେଶ୍ ମଚଉଛି । ମାତ୍ର ୫ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଲୋକେଶ କାନାଗରାଜ ଏହି ଫିଲ୍ମରେ ଅଭିନୟ କରିଛନ୍ତି ବିଜୟ ସେତୁପତି, ଫହାଦ ଫାଜିଲ ଏବଂ ସୁରିଆଙ୍କ। କମଲ ହାସନଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ ଫିଲ୍ମ ଯାହା ୨୦୦ କୋଟି ଅତିକ୍ରମ କରିଛି। ଫିଲ୍ମଟି ୱାର୍ଲ୍ଡ ୱାଇ଼ଡ୍ ବିଜନେସ୍ ରେ୨୦୦ କୋଟି ଅତିକ୍ରମ କରିବା ଖୁସିରେ କମଲ ହାସନ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଟ୍ୱିଟରରେ ଫିଲ୍ମର ରୋଜଗାର ଆକଳନ ସେୟାର କରିଛନ୍ତି। ନିକଟରେ ଫିଲ୍ମର ସଫଳତାରେ ଖୁସି ହୋଇ କମଲ ହାସନ ନିର୍ଦ୍ଦେଶକଙ୍କୁ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି।

ବର୍ତ୍ତମାନ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’, କାର୍ତ୍ତିକ ଆର୍ୟ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲୈୟା ୨’ ଏବଂ ‘ମେଜର’କୁ ଫିଲ୍ମ କଡ଼ା ଟକ୍କର ଦେଉଛି ଫିଲ୍ମ ବିକ୍ରମ ।