ଦ୍ୱିତୀୟ ଥର ବାପା-ମା ହେବାକୁ ଯାଉଛନ୍ତି ବିରୁଷ୍କା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଦ୍ୱିତୀୟ ଥର ବାପା-ମା’ ହେବାକୁ ଯାଉଛନ୍ତି ବିରୁଷ୍କା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ବିରାଟ କୋହଲି । ସୂଚନା ମୁତାବକ, ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି । ସେ ଖୁବ୍‌ ଶୀଘ୍ର ଘରକୁ ଜଣେ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତିି । ସୋସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି । ଏହା ମଧ୍ୟ ସୂଚନା ମିଳିଛି ଯେ ଅନୁଷ୍କାଙ୍କ ମା’ ହେବା କଥା ସତ ଏବଂ ଦୁଇ ମାସ ହେବ ସେ ଗର୍ଭବତୀ ଅଛନ୍ତି । ଅନୁଷ୍କା ବହୁତ ଶୀଘ୍ର ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇ ପାରନ୍ତି । ଏହା ମଧ୍ୟ କୁହାଯାଉଛି ଯେ ସେ ଗର୍ଭବତୀ ଥିବା ଯୋଗୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହୁଛନ୍ତି ।

ସୁତ୍ର ଅନୁଯାୟୀ, ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଯୋଗୁ ବିରାଟ କୋହଲିଙ୍କ କ୍ରିକେଟ୍‌ ଟୁରକୁ ମଧ୍ୟ ଯାଇନଥିଲେ । ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ହସ୍ସପିଟାଲ ବାହାରେ ଦେଖିବା ପାଇଁ ମିଳିଛିି । ତେବେ ଦୁଇ ଜଣ ଷ୍ଟାର ଖୁବ୍‌ ଶୀଘ୍ର ଏହି ଖୁସି ଖବର ଘୋଷଣା କରିବେ ବୋଲି କୁହାଯାଉଛି । ବହୁତ ଦିନ ହେବ ସୋସିଆଲ ମିଡିଆରେ ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ପ୍ରଥମ ଥର ପାଇଁ ଏହି ଖବର ଅଗଷ୍ଟରେ ଶୁଣିବା ପାଇଁ ମିଳିଥିଲା । ଏବେ ଏହି ଖବର ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି । ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ସ ଏହି ଖୁସି ଖବର ଶୁଣିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅନୁଷ୍କା ଏହି ଖୁସି ଟିକେ ବିଳମ୍ବରେ ଫ୍ୟାନ୍ସଙ୍କୁ ଜଣାଇପାରନ୍ତି । ଅନୁଷ୍କା ଓ ବିରାଟ ପ୍ରାୟତଃ କିଛି ନା କିଛି କଥାକୁ ନେଇ ଲାଇମ୍‌ଲାଇଟ୍‌କୁ ଆସିଥାନ୍ତି ।

Leave A Reply

Your email address will not be published.