ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗକୁ ଅସ୍ୱୀକାର କଲେ ଭାଇଜାନ୍‌

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ବହୁଚର୍ଚ୍ଚିତ ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଭାଇଜାନ୍‌। ପୋଲିସକୁ ନିଜର ଷ୍ଟେଟମେଣ୍ଟ ଦେଇ ସେ କହିଛନ୍ତି, ତାଙ୍କୁ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍ ଆସିନି। ଏଥିସହିତ ଅତୀତରେ ମଧ୍ୟ କାହା ସହ ତାଙ୍କର କିଛି ବି ତିକ୍ତତା ନାହିଁ ବୋଲି ସ୍ୱୀକାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ହତ୍ୟା ଧମକ ମିଳିଥିଲା। ହତ୍ୟା ପାଇଁ ଲେଖାଯାଇଥିବା ଏକ ଚିଠିରେ ଲେଖା ଯାଇଥିଲା, ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ହତ୍ୟା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ହେବ । ଏଭଳି ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଖାଲି ସେତିକି ନୁହେଁ, ହତ୍ୟା ଧମକ ମିଳିବା ପରେ ଆକ୍ସନ ମୋଡରେ ମୁମ୍ବାଇ ପୁଲିସ । ସୂଚନାଯୋଗ୍ୟ, ରବିବାର କିଛି ଅଜ୍ଞାତ ବ୍ୟକ୍ତି ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଚିଠି ଦେଇଥିଲେ । ହେଲେ ସଲମାନ୍ ଖାନ୍ ଆଜି ପୋଲିସକୁ ନିଜର ପ୍ରତିକ୍ରିୟା ଦେଇ ଏଭଳି ଧମକପୂର୍ଣ୍ଣ ଚିଠି ଲେଖା ଯିବା କଥାକୁ ଅସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.