୨୮ ଯାଏ ରାଜ୍ୟରେ ପ୍ରବଳ ବର୍ଷା!

0

ଓଡ଼ିଆ ନ୍ୟୁଜ୍: ଖୁବଶୀଘ୍ର ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ। ୨୪ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସବୁ ଜିଲ୍ଲାକୁ ଜାରି ହୋଇଛି ୟୋଲୋ ଆଲର୍ଟ।

ସେହିପରି ଆସନ୍ତାକାଲି ପାଇଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନାଗିରି, ମୟୂରଭଂଜ, କେଉଁଝର ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ଓ ୧୪ ଜିଲ୍ଲାକୁ ୟୋଲୋ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତା ୨୫ ତାରିଖରୁ ବଢିବ ବର୍ଷା। ଅତ୍ୟନ୍ତ ପ୍ରବଳ ବର୍ଷା ନେଇ କେଉଁଝର, ମୟୂରଭଞ୍ଜକୁ ୨୫ ତାରିଖ ପାଇଁ ଜାରି ହେଲା ରେଡ ଆଲର୍ଟ।

Leave A Reply

Your email address will not be published.