ବର୍ଷାରେ ଭିଜିବ ଦୁର୍ଗା ପୂଜା!

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୫ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବନା। ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ନୂଆ ଲଘୁଚାପ କ୍ଷେତ୍ର।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନ ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର ସମ୍ଭାବନା ରହିଛି।

ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବରଗଡ଼ରେ ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା ରହିଛି।

Leave A Reply

Your email address will not be published.