ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ଲାଲବଜାର ସ୍ଥିତ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ପରିସରରେ ବାଘ ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା ସୃଷ୍ଟି କରିବା ଲକ୍ଷ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୨୯ରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଥିବା ବେଳେ ବାଘ ଓ ଜଙ୍ଗଲ ସୁରକ୍ଷା ପ୍ରତି ଛୋଟ ବେଳୁ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି। ପରିବେଶ ପ୍ରହରୀ ସଂସ୍ଥା ସମେତ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ପକ୍ଷରୁ ମିଳିତ ଭାବେ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ୨୨୦ଜଣ ପିଲା ମାନେ ଅଂଶଗ୍ରହଣ କରିଥିଲେ।
ଶିମିଳିପାଳ ସୁରକ୍ଷା ଓ ବାଘ ସୁରକ୍ଷା ନିମନ୍ତେ ସ୍ଲୋଗାନକୁ ନେଇ କୁନି କୁନି ପିଲାମାନେ ଚିତ୍ରାଙ୍କନ ମାଧ୍ୟମରେ ନିଜର ସଚେତନତାର ବାର୍ତ୍ତା ପରିପ୍ରକାଶ କରିଥିଲେ। ପିଲାମାନଙ୍କ ମଧ୍ୟରେ ବାଘ ପ୍ରତି ଆଗ୍ରହ ରହିଥିବା ବେଳେ ନିଜ ମନରୁ ଚିତ୍ର କରିଛନ୍ତି। ୫ଗୋଟି ବିଭାଗରେ ପ୍ରତିଯୋଗିତା ହୋଇଥିବା ବେଳେ କୃତି ପ୍ରତିଯୋଗିଙ୍କୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ। ପରିବେଶ ପ୍ରହରି ସଂସ୍ଥା ପକ୍ଷରୁ ଜଙ୍ଗଲ ସୁରକ୍ଷା କରି ପାଣିପାଗ ପରିବର୍ତ୍ତନକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ବେଳେ ପିଲାମାନଙ୍କ ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିବାକୁ ଉଦ୍ୟମ କରାଯାଇଛି।
ଜାତୀୟ ପଶୁ ବାଘର ସୁରକ୍ଷା ନିମନ୍ତେ ଆଗକୁ ଉକ୍ତ ପ୍ରୟାସ ସଂସ୍ଥା ପକ୍ଷରୁ ଜାରି ରହିବ ବୋଲି କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିବେଶ ପ୍ରହରୀ ପକ୍ଷରୁ ପୂର୍ବତନ ଅବୋଉତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ବିବେକାନନ୍ଦ ପଟ୍ଟନାୟକ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟର ଅଧ୍ୟକ୍ଷା ପ୍ରଣତି ପଟ୍ଟନାୟକ ଓ ଅନ୍ୟାନ୍ୟ ପ୍ରମୁଖଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।
Comments are closed.