ବିଜୟଶ୍ରୀ ସ୍କାରକୀ ମେଧାବୀ ସମ୍ମାନ ସମାରୋହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୟଶ୍ରୀ ରାଉତରାୟ ଙ୍କ ଜନ୍ମ ତିଥି ରେ ବିଜୟଶ୍ରୀ ରାଉତରାୟ ସ୍ମୃତି ପରିଷଦ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ବିଜୟଶ୍ରୀ ହେଉଛନ୍ତି ପ୍ରତିଟି ଓଡିଶା ବାସୀ ଙ୍କର ହୃଦୟ ର ରାଜ କରୁଥିବା ଏକ ସୁନ୍ଦର ମଣିଷ ।

ଓଡି଼ଶାର ଜନପ୍ରିୟ ନେତା ତଥା ବାସୁଦେବପୁରର ନବନିର୍ମାତା ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ଜନ୍ମ ତିଥି ଓ ସ୍ମୃତି ଉଦ୍ଧେଶ୍ୟରେ ମେଧାବୀ ସମ୍ମାନ ସମାରୋହ – ୨୦୨୪ ରେ ଯୋଗଦେବା ଅବସରରେ ଯୁବନେତା ବିଷ୍ଣୁବ୍ରତ ରାଉତରାୟ ଓ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମହୋଦୟ ଓ ଢେଙ୍କାନାଳର ପୂର୍ବତନ ସାଂସଦ ରବି ପାଣିଗ୍ରାହୀ ଯୋଗଦାନ କରିଥିଲେ |

ଭଣ୍ଡାରପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ ସାମଲ ମହୋଦୟ ଓ ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରବି ସାମଲ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସ ଓ ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା , ଏହି ଅବସର ରେ ବିଗତ ଦଶମ ଶ୍ରେଣୀ ପରୀକ୍ଷା ରେ ଏ-1 ଗ୍ରେଡ ରେ ଉତ୍ତୀର୍ଣ୍ଣ ପିଲା ମାନଙ୍କୁ ଓ ସର୍ବାଧିକ ନମ୍ୱର୍ ରଖି ଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି।

Leave A Reply

Your email address will not be published.