ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାରିଗଲ ବିଜୟ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା | ଆଜି ରାଇରଙ୍ଗପୁର ଠାରେ କାରିଗଲ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରିଥିଲା |
ଏହା ପରେ ଏକ ବୈଠକ ସ୍ଥାନୀୟ ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ସାରସକଣା ବିଧାୟକ ଭାଦବ ହାଁସଦାଃ, କୋରକମିଟୀ ସଦସ୍ୟ ସଂଜୀବ ମହାନ୍ତି, ମନୋଜ ଦାସ, ଶିବୁ ଅଗ୍ରୱାଲ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଆଲୋକ ରଂଜନ ମହାନ୍ତ ଯୋଗଦାନ ଦେଇଥିଲେ |
ବରିଷ୍ଠ ନେତା ସରୋଜ ମହାନ୍ତ, ବିଜେପି ଟାଉନ ସଭାପତି ସୁରଥ ପଟ୍ଟନାୟକ, ବିଜେପି ଯୁବମୋର୍ଚ୍ଚା ଟାଉନ ସଭାପତି ଜିତେନ୍ଦ୍ର ବାରିକ (ଲାଲା), ବିଜେପି ମୟୂରଭଂଜ ଜିଲ୍ଲା ସଭାପତି କୁପାସିନ୍ଧୁ ମହାନ୍ତ ଓ ଆଇଟି ଓ ସୋସିଆଲ ମିଡିଆ ସଂଯୋଜକ ଶଶାଙ୍କ କୁମାର ପ୍ରମୁଖ ଯୋଗ ଦେବା ସହିତ ସ୍ଥାନୀୟ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ |