ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ ସୃଷ୍ଟି କଲା ଭିନ୍ନ ଆକଳନ, କଣ ହେବ ୨୦୨୪ ନିର୍ବାଚନ ଏବେଠାରୁ କଳ୍ପାନା ଜଲ୍ପନା ଜାରି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗକୁ 2024 ସାଧାରଣ ନିର୍ବାଚନ। ଏହା ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ କିଭଳି ରହିବ ସମ୍ପର୍କ ତାହାକୁ ନେଇ ଏବେଠୁ ଚର୍ଚ୍ଚା। ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ବିଜେଡି ଖୋଲାଖୋଲି ସମର୍ଥନ କରିବା ପରେ ଆଗକୁ ରାଜନୈତିକ ସମିକରଣ କଣ ରହିବ। ଲଢେଇ ଜୋରଦାର ହେବ ନା ଆଉ କିଛି ତାହାକୁ ନେଇ ପ୍ରକାଶ ପାଇଛି କଳ୍ପନାଜଳ୍ପନା।
ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡ଼ିଏକୁ ବିଜେଡିର ଖୋଲଖୋଲି ସମର୍ଥନ। ପୁଣି ଉପ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥଙ୍କୁ ମଧ୍ୟ ବିଜେଡ଼ିର ସମର୍ଥନ। ଗତକାଲି ନୂଆଦିଲ୍ଲୀରେ ଏନଡିଏ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭେଟିଛନ୍ତି ବିଜେଡିର ସାଂସଦ। ବିଜେଡି ଓ ବିଜେପି ମଧ୍ୟରେ ଏ ସମ୍ପର୍କ ଆଗକୁ ଜାରି ରହିବ ନା ଦୁଇଦଳର ଆଭିମୁଖ୍ୟ ବଦଳିବ। 19 ନିର୍ବାଚନ ପୂର୍ବରୁ ବିଜେପିର କଠୋର ଆଭିମୁଖ୍ୟ ଥିଲା,19 ପରେ ଆଭିମୁଖ୍ୟ ବଦଳିଥିଲା। ଉଭୟ ପକ୍ଷରୁ ଏହା ଭିତରେ ଆଟାକିଂ ମୁଡ ଦେଖିବାକୁ ମିଳିନାହିଁ। ଆଗକୁ ସାଧାରଣ ନିର୍ବାଚନ। ହାତରେ କମ ସମୟ ରହିଛି। ତେଣୁ କଣ ରହିବ ଦୁଇ ଦଳର ଆଭିମୁଖ୍ୟ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟ କଂଗ୍ରେସ କହିଛି, ଉଭୟଙ୍କ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ।
କଂଗ୍ରେସ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡି ଓ ବିଜେପି। ସୁପ୍ରିମୋ ଉଚିତ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି। ବିଜେପି କହିଛି,ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆମେ ବିରୋଧ କରୁଛୁ। ଆଗକୁ କଣ ହେବ ଅପେକ୍ଷା କର।
ଅଗଷ୍ଟ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଦଳର ବରିଷ୍ଠ ନେତାଙ୍କ ସହ ଆଗାମୀ ରଣନୀତି ନେଇ ଚର୍ଚ୍ଚା କରିବାର ଅଛି। ଏହାପରେ 2024 ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି।