ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ପାଣ୍ଠି ବନ୍ଦ କଲା ଆମେରିକା

0

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ପାଣ୍ଠି ବନ୍ଦ କରିଛି l ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ପାଣ୍ଠି ବନ୍ଦ କରିବାକୁ ମୁଁ ମୋ ପ୍ରଶାସନ କୁ ନିର୍ଦେଶ ଦେଇଛି l ସେ ଆହୁରି କହିଛନ୍ତି ଚୀନ ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ 19 ଭୁତାଣୁ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜାଣି ସୁଦ୍ଧା ଲୁଚାଇବାକୁ ଚେଷ୍ଟା କରିଥିଲା l ଯେଉଁ ପର୍ଯ୍ୟନ୍ତ ଏହି କାର୍ଯ୍ୟକଳାପ ର ସମୀକ୍ଷା ନ ହୋଇଛି ସେ ପର୍ଯ୍ୟନ୍ତ ଆମେରିକା ତାହାର ପାଣ୍ଠି ବନ୍ଦ କରିବାର ନିଷ୍ପତ୍ତି ନେଇଛି l ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସମ୍ପର୍କରେ ଅବଗତ ଥାଇ ମଧ୍ୟ କୌଣସି ତତ୍ପରତା ଦେଖାଇ ନଥିଲା l ଯେଉଁଥିପାଇଁ ବିଶ୍ଵ ରେ ଏପରି ଏକ ଘଟଣା ଘଟିଗଲା l ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତାହାର କର୍ତ୍ତବ୍ୟ ରେ ବିଫଳ ହୋଇଛି l ଏଥିପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଉତ୍ତରଦାୟୀ ରହିବା ଉଚିତ୍ l

ସେପଟେ ଜାତିସଂଘ ର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ଏବେ ଏକଜୁଟ ହୋଇ କାମ କରିବାର ସମୟ l ମାନବିକ ସଂଗଠନ କିମ୍ବା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ପାଣ୍ଠି ହ୍ରାସ କରିବାର ସମୟ ନୂହେଁ l ଆନ୍ତର୍ଜାତିକ କ୍ଷେତ୍ରରେ ସମସ୍ତେ ଏକଜୁଟ ହୋଇ ହ୍ରାସ କରିବାର ସମୟ l

Leave A Reply

Your email address will not be published.