କରୋନାକୁ ନେଇ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମତ

0

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରସ ଆନ୍ଦlନୋମ ବ୍ରେୟସସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୋଭିଡ 19 ସଂକଟ ନିକଟ ଭବିଷ୍ୟତରେ ଟାଳିଯିବ ନାହିଁ l ଏହି ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ଆମମାନଙ୍କୁ ଆହୁରି ଅଧିକ ଉଦ୍ୟମ କରିବାକୁ ପଡିବ ବୋଲି କହିଛନ୍ତି l ବୁଧବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଥିଲେ ଯେ କୋଭିଡ 19 କ୍ଷେତ୍ର ରେ ଆମକୁ ଆହୁରି ଅନେକ ଉଦ୍ୟମ କରିବା ପାଇଁ ପଡିବ ଏହି ଭୁତାଣୁ ଆମ ସହ ଅନେକ ଦିନ ରହିଯାଇ ପାରେ l ଏହି ଭୁତାଣୁ କୁ ଦମନ କରିବାକୁ ହେଲେ ଦେଶ ମାନଙ୍କରେ ଲଗା ଯାଇଥିବା କଟକଣାକୁ ମାନନ୍ତୁ l ଏହି କଟକଣା ମାନିଲେ ଆମେ ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିପାରିବା ଏଥିରେ ସନ୍ଦେହ ନାହିଁ l ପଶ୍ଚିମ ଇଉରୋପ ରେ ଏହି ମହାମାରୀ କରୋନା ଭାଇରସ୍ ନିୟନ୍ତ୍ରଣ ସ୍ଥିତି କୁ ଆସିଛି l ସେ ଅହୁରି ମଧ୍ୟ କହିଛନ୍ତି ଯେ ଅନେକ ଦେଶରେ ଏହି ମହାମାରୀ କରୋନା ଭାଇରସ୍ ଆରମ୍ଭ ହେଉଛି l ଏବଂ ପୂର୍ବରୁ ସଂକ୍ରମିତ ହୋଇଥିବା ଦେଶରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି l ସେମାନେ ମଧ୍ୟ ସଫଳତାର ସହ ଏହି ଭାଇରସ୍ କୁ ନିୟନ୍ତ୍ରଣ କରିଥିଲେ l ଦେଶ ମାନଙ୍କୁ କରୋନା ମୁକାବିଲା କରିବା ପାଇଁ ସଠିକ ସମୟରେ ସୂଚିତ କରିଥିଲା ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି l

Leave A Reply

Your email address will not be published.