ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ । ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଵୃଦ୍ଧି ଯୋଗୁ ବଢିପାରେ ଶୀତ । ପଶ୍ଚିମା ଝଡ଼ ପ୍ରସ୍ଥାନ ପ୍ରଭାବରେ ରାତ୍ରି ତାପମାତ୍ରା କମିବା ଆଶଙ୍କା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ।
ଆଗରୁ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଜୋର୍ରେ ଥଣ୍ଡା ପବନ ବହୁଥିଲା । ଏହା ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଥିଲା । ଏବେ ପବନର ବେଗ ସାମାନ୍ୟ କମିପାରେ । କିନ୍ତୁ ଶୀତର ପ୍ରକୋପରେ ବେଶି ପରିବର୍ତ୍ତନ ଆସିବନି, ଏହା ଜାରି ରହିବ । ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି ।