ଜାଡରେ ଥରୁଛି ଓଡିଶା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କଲବଲ କରୁଛି ଶୀତ।ସାରା ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଜାରି ରହିଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ ଶୀତ ତାର ପ୍ରକୋପ ଦେଖେଇବାରେ ଲାଗିଛି। ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସହ ତୁଷାରପାତ ଜାରି ରହିଛି। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତ କୁ ଜାଡ କଲବଲ କରୁଛି। ହାତଗୋଡ଼ କାଳ ମାରୁଛି।ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି।

ରାତି ଯେତେ ବଢୁଛି ଜାଡ଼ ସେତେ ଅଧିକ ହେଉଛି। ମାଳୁଆ ଶୀତ ତାର ରୂପ ଦେଖେଇବାରେ ଲାଗିଛି। ଆଜି ସ୍ଥାନୀୟ ସହରର ତାପମାତ୍ରା ୫ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଗତକାଲି ଏହା ୬.୬ ଡିଗ୍ରି ଥିଲା। ଅନ୍ୟପକ୍ଷରେ କୁହୁଡି ସେଇ ମାତ୍ରାରେ ସାରା ଅଞ୍ଚଳରେ ବିସ୍ତାର ହେଉଥିବା ବେଳେ କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ରହିଲା ଭଳି ଅନୁଭବ ହେଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଯାତାୟତରେ ବଡ଼ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡାର ସହରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି।

Leave A Reply

Your email address will not be published.