ରାଜ୍ୟରେ ବଢିବ ଶୀତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ । ଆଗାମୀ ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମା-ଝଡ ଏବଂ ପୂର୍ବ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟର ୨୦ ଏବଂ ୨୧ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l

୨୦ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର , କନ୍ଧମାଳ, ଗଞ୍ଜାମ, ଗଜପତି , ପୁରୀ , ବାଲେଶ୍ଵର, କେଉଁଝର ଓ ସୁନ୍ଦରଗଡ଼ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ସମ୍ଭାବନା ରହୁଛି l ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଭାଗରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l ବର୍ତ୍ତମାନ ଯେହେତୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟରେ ପ୍ରବେଶ ସମ୍ଭାବନା ରହିଛି l ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ସମୟରେ ରାତ୍ରି ତାପମାତ୍ରାରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହିଛି l

୨୧ ତାରିଖ ପରେ ତାପମାତ୍ରା ସ୍ଵାଭାବିକ ହେବ l ସେପଟେ ରାଜ୍ୟରେ ଏବେ ଜଳୀୟ ବାଷ୍ପ ପ୍ରବେଶ କରୁଛି । ଯାହାର କାରଣ ପାଲଟିଛି ପଶ୍ଚିମବଙ୍ଗ ପଟୁ ଆସୁଥିବା ପୂର୍ବ ତରଙ୍ଗ । ଏହା ଫଳରେ ଫଳରେ ରାଜ୍ୟରେ ଶୀତ ମାତ୍ରାକୁ ରୋକୁଥିବା ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.