ବିଶ୍ବକପ ଦେଖିବାକୁ ଯିବେ ମୋଦୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନଭେମ୍ବର 19ରେ ଅର୍ଥାତ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିବେ। ଭାରତୀୟ ଦଳ ଫାଇନାଲ ମ୍ୟାଚ୍ ପାଇଁ କ୍ୱିଲ୍ କରିସାରିଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ତିନିଟି ୱିକେଟ୍ ହରାଇ ଭାରତ ଫାଇନାଲ୍ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’ରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଦେଖିବେ।

ତେବେ ବିମାନ ଟିକେଟର ଦାମ ଅଧିକ ଥିବାରୁ ବିଶ୍ବକପ ପାଇଁ ସ୍ବତନ୍ତ୍ର ରେଳ ସେବା ଆରମ୍ଭ କରାଯାଇଛି। ସ୍ବତନ୍ତ୍ର ରେଳ ଆଜି ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍‌ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍‌ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବ‌େଳେ ବାକି ୩ଟି ଟ୍ରେନ୍‌ ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ। ମ୍ୟାଚ୍‌ ଶେଷ ହେବା ପରେ ରାତି ପ୍ରାୟ ୨.୩୦ରେ ଏହି ସ୍ବତନ୍ତ୍ର ରେଳ ସବୁ ଅହମଦାବାଦ୍‌ରୁ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।

ବର୍ଦ୍ଧିତ ବିମାନ ଟିକେଟ୍‌ ମୂଲ୍ୟଠାରୁ ସ୍ବତନ୍ତ୍ର ରେଳର ଟିକେଟ୍‌ ମୂଲ୍ୟ ଯେମିତି ଶସ୍ତା ହୁଏ, ସେଥିପ୍ରତି ଭାରତୀୟ ରେଳବାଇ ବିଶେଷ ଧ୍ୟାନ ଦେଇଛି। ନିୟମିତ ଟ୍ରେନ୍‌ର ସବୁ ସିଟ୍‌ ରିଜର୍ଭ ହୋଇସାରିଥିବା ବେଳେ ବିମାନ ଯାତ୍ରା ଲାଗି ଟିକେଟ୍‌ର ମୂଲ୍ୟ ଆକସ୍ମିକ ଭାବେ ବୃଦ୍ଧି ପାଇ ୨୦, ୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ହୋଇଯାଇଛି। କ୍ରିକେଟ୍‌ପ୍ରେମୀଙ୍କ ଚାହିଦା ପ୍ରତି ଧ୍ୟାନ ଦେଇ ରେଳବାଇ ସ୍ବତନ୍ତ୍ର ରେଳ ଚଳାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଆଗ୍ରହୀ ଯାତ୍ରୀମାନେ ୬୨୦ ଟଙ୍କାରେ ‘ସ୍ଲିପର୍‌ କ୍ଲାସ୍‌’, ୧,୫୨୫ ଟଙ୍କାରେ ‘୩ଏସି ଇକୋନମି ବର୍ଥ’, ୧,୬୬୫ ଟଙ୍କାରେ ‘ଷ୍ଟାଣ୍ଡାର୍ଡ ୩ଏସି’ ସିଟ୍‌, ଓ ୩,୪୯୦ ଟଙ୍କାରେ ‘ଫାଷ୍ଟ୍‌-କ୍ଲାସ୍‌ ଏସି ଆକୋମୋଡେସନ୍‌’ ଟିକେଟ୍‌ ପାଇପାରିବେ।

 

Leave A Reply

Your email address will not be published.