ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ୱର ପଟିଆ ସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଳମ୍ବ ନକରି ହସ୍ତକ୍ଷେପ କରନ୍ତୁ।

ଗଣ୍ଡଗୋଳର କାରଣ ଖୋଜି ତୁରନ୍ତ ଶାନ୍ତି କମିଟି ଗଠନ କରିବାକୁ ଚିଠି ଜରିଆରେ ନିବେଦନ କରିଛନ୍ତି ଭୁବନେଶ୍ୱର ସାଂସଦ।ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ସେ ଚିଠିରେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଗାଁର ୧୫୦ ଲୋକଙ୍କୁ ଗିରଫ କରି ୩ ମାସ ହେଲା ଜେଲ୍ ପଠାଯାଇଛି। ଏବେବି ପଦ୍ମକେଶରୀପୁର ଗାଁରେ ଅଳ୍ପ କିଛି ମହିଳା ଓ ଶିଶୁ ଅଛନ୍ତି, ଭୟର ବାତାବରଣ ଲାଗି ରହିଛି। ହେଲେ ଏପର୍ଯ୍ୟନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସେପରି ଉଦ୍ୟମ ହୋଇନି। ତେଣୁ ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଅପରାଜିତା ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ଯୋଗୁ ଉଭୟ ପଟରୁ ଏକାଧିକ ଲୋକ ଆହତ ହୋଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପ୍ଲାଟୁନ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ୨୦ରୁ ଅଧିକ ଆହତ ହୋଇଥିଲେ। ଏହା ପରେ ପୋଲିସ ୭୭ ପୁରୁଷ ଓ ୫୪ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.